Breaking PLUSଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ବଡ଼ଗାମରେ ଏନକାଉଣ୍ଟର: ଲସ୍କରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ‘ମୁସା’ ନିହତ

ଜମ୍ମୁ-କଶ୍ମୀରର ବଡ଼ଗାମରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ସୁରକ୍ଷାବଳଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଲସ୍କର-ଏ-ତୈବାର ଜଣେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ନିହତ ହୋଇଛି। ତା’ର ନାଁ ସୁଲେମାନ ଶାହ ଓରଫ ‘ମୁସା’ ବୋଲି ଅଧିକାରୀମାନେ କହିଛନ୍ତି।

ସୁରକ୍ଷାବଳଙ୍କୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ମଧ୍ୟ କଶ୍ମୀରର କୋରାଗ-ୟୁସମାର୍ଗ ଅଞ୍ଚଳରେ ଅପରେସନ ଆରମ୍ଭ ହୋଇଥିଲା। ସନ୍ଦିଗ୍ଧ ଗତିବିଧି ଦେଖି ସୁରକ୍ଷାବଳ ଚ୍ୟାଲେଞ୍ଜ କରିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦୁଧପଥରୀ ନିକଟ ଜଙ୍ଗଲ ଅଞ୍ଚଳରେ ଏହି ଗୁଳିବିନିମୟ ସମୟରେ ମୁସା ନିହତ ହୋଇଥିଲା। ପୀର ପଞ୍ଜାଲ ପର୍ବତମାଳାର ଉଭୟ ପାର୍ଶ୍ୱରେ ଗତ କିଛି ବର୍ଷ ଧରି ଘଟିଥିବା ଅନେକ ଆକ୍ରମଣରେ ତା’ର ସମ୍ପୃକ୍ତି ଥିବା ଅଭିଯୋଗ ରହିଥିଲା। ଚଳିତ ମାସରେ ୟୁସମାର୍ଗ ପାହାଡ଼ିଆ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରୁ ସେ ଖସିଯାଇଥିଲା। ସେହି ଅପରେସନରେ ତା’ର ଘନିଷ୍ଠ ସହଯୋଗୀ ୟାସିର ନିହତ ହୋଇଥିଲା।

Show More

Related Articles

Back to top button