Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତିଶିକ୍ଷା
ରାଜ୍ୟ ସରକାର ଘୋଷଣା, ୨୦୨୩-୨୪ର କନିଷ୍ଠ ଶିକ୍ଷକ ନିୟମିତ
ଜାନୁଆରୀରୁ ମିଳିବ ନିୟମିତ ଦରମା

ଭୁବନେଶ୍ୱର: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ, ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡରର ଆସିଷ୍ଟାଣ୍ଟ ଟିଚର୍ ଲେଭଲ୍-V(A) ପଦରେ ନିୟମିତ କରାଯାଇଛି।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଏହି ଶିକ୍ଷକମାନଙ୍କୁ ୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ ନିୟମିତ ଦରମା ପ୍ରଦାନ କରାଯିବ। ଫଳରେ ଦୀର୍ଘଦିନ ଧରି ସ୍କିମାଟିକ୍ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ଶିକ୍ଷକମାନେ ନିୟମିତ ସେବାରେ ସାମିଲ ହେବେ।
ତେବେ ନିୟମିତକରଣ ପୂର୍ବରୁ ସ୍କିମାଟିକ୍ କିମ୍ବା କଣ୍ଟ୍ରାକ୍ଚୁଆଲ୍ ଭାବେ କାର୍ଯ୍ୟ କରିଥିବା ସମୟକୁ ନିୟମିତ ସେବା ଭାବେ ଗଣନା କରାଯିବ ନାହିଁ। ଏହି ଅବଧି ପାଇଁ ନିୟମିତ ସିନିୟରିଟି ସହ ଅନ୍ୟ କୌଣସି ନିୟମିତ ସେବା ସୁବିଧା ମଧ୍ୟ ପ୍ରଦାନ କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।



