Breaking PLUSଓଡ଼ିଶାମୁଖ୍ୟ ଖବର

ପବିତ୍ର ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୦୧ ମଇ – ଆଜି ହେଉଛି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନେକ ନେତା ଶୁଭେଚ୍ଛା ଜଣାଇଛନ୍ତି ।

ପବିତ୍ର ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ଭଗବାନ ବୁଦ୍ଧଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଜୀବନରେ କରୁଣା, ମୈତ୍ରୀ ଓ ମାନବିକତାକୁ ଶ୍ରେଷ୍ଠ ସ୍ଥାନ ଦେବା ଏବଂ ଏକ ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ କରିଛନ୍ତି ।ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଶ୍ୱବନ୍ଦିତ ଭଗବାନ ବୁଦ୍ଧଙ୍କ ଦର୍ଶନରେ ଓଡ଼ିଶାର ମାଟି ଓ ସଂସ୍କୃତି ସଦା ଦୀପ୍ତିମାନ। ଆମ ରାଜ୍ୟର ରତ୍ନଗିରି, ଲଳିତଗିରି, ଉଦୟଗିରି ଓ ପୁଷ୍ପଗିରି ଭଳି ପ୍ରାଚୀନ ବୌଦ୍ଧ ବିହାରଗୁଡ଼ିକ ବିଶ୍ୱ ଶାନ୍ତି ଏବଂ ଜ୍ଞାନର କେନ୍ଦ୍ର ଭାବେ ଓଡ଼ିଶାର ଗୌରବମୟ ଇତିହାସକୁ ପ୍ରତିପାଦିତ କରେ। ଭଗବାନ ବୁଦ୍ଧଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଆସନ୍ତୁ ଆମ ଜୀବନରେ କରୁଣା, ମୈତ୍ରୀ ଓ ମାନବିକତାକୁ ଶ୍ରେଷ୍ଠ ସ୍ଥାନ ଦେବା ଏବଂ ଏକ ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବା।

ପବିତ୍ର ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଗୌତମ ବୁଦ୍ଧଙ୍କ ପବିତ୍ର ଜନ୍ମ ଦିବସ ତଥା ପବିତ୍ର ବୁଦ୍ଧ ପୂର୍ଣ୍ଣିମାର ଶୁଭ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ।

ପବିତ୍ର ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ବୁଦ୍ଧ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା।ଏହି ପବିତ୍ର ଅବସର ଭଗବାନ ବୁଦ୍ଧଙ୍କ ଜୀବନ ଏବଂ ସେ ଦେଇଥିବା ଶାନ୍ତି, କରୁଣା ଓ ଅହିଂସାର ବାର୍ତ୍ତାକୁ ସ୍ମରଣ କରିବାର ଅବସର। ତାଙ୍କର ଜୀବନ ଆମକୁ ସତ୍ୟ ଏବଂ ସଦାଚାରର ପଥରେ ଚାଲିବା ପାଇଁ ପ୍ରେରଣା ଦେଇଥାଏ।ଆସନ୍ତୁ, ଆମେ ସମସ୍ତେ ତାଙ୍କର ଉପଦେଶଗୁଡ଼ିକୁ ଆତ୍ମସାତ କରି ସମାଜରେ ଶାନ୍ତି, ସଦ୍ଭାବ ଏବଂ କରୁଣାର ମୂଲ୍ୟଗୁଡ଼ିକୁ ଆହୁରି ମଜବୁତ କରିବା।

ପବିତ୍ର ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ପବିତ୍ର ବୁଦ୍ଧ ପୂର୍ଣ୍ଣିମାର ଶୁଭ ଅଭିନନ୍ଦନ। ଭଗବାନ ବୁଦ୍ଧଙ୍କ ପ୍ରଦର୍ଶିତ ସତ୍ୟ, ଶାନ୍ତି ଓ ଅହିଂସାର ମାର୍ଗ ସଭିଙ୍କ ପାଇଁ ପଥପ୍ରଦର୍ଶକ ହେଉ।

Show More

Related Articles

Back to top button