ମୁଖ୍ୟ ଖବରଶିକ୍ଷା

ଆଜିଠାରୁ ଓଜେଇଇ-୨୦୨୬ ଆରମ୍ଭ, ୧୦ ଯାଏ ଚାଲିବ ପରୀକ୍ଷା


ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଏହି ପରୀକ୍ଷା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରତିଦିନ ୩ଟି ସିଫ୍ଟରେ ଅନୁଷ୍ଠିତ ହେଉଛି। ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ୩ଟା ଓ ତୃତୀୟ ସିଫ୍ଟ ସାଢ଼େ ୪ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ହେଉଛି। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ୍‌ରେ ହେଉଛି।

ଆଜି ପ୍ରଥମ ଦିନରେ ତିନୋଟି ସିଫ୍ଟରେ ବେସିକ୍ ବିଏସ୍‌ସି ନର୍ସିଂ ପରୀକ୍ଷା ହେଉଛି। ୫ ତାରିଖରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ବିଏସ୍‌ସି ନର୍ସିଂ ଓ ତୃତୀୟ ସିଫ୍ଟରେ ଫାର୍ମା ପରୀକ୍ଷା ହେବ। ୬ ତାରିଖରେ ସମସ୍ତ ସିଫ୍ଟରେ ବି. ଫାର୍ମା, ୭ ତାରିଖରେ ପ୍ରଥମ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ ଏମ୍‌ବିଏ ଓ ଏମ୍‌ଏସ୍‌ସି ନର୍ସିଂ, ଏବଂ ଦ୍ୱିତୀୟ ଓ ତୃତୀୟ ସିଫ୍ଟରେ ଏମ୍‌ବିଏ ପରୀକ୍ଷା ହେବ।

୮ ତାରିଖରେ ସମସ୍ତ ସିଫ୍ଟରେ ଏଲ୍‌ଇ ଟେକ୍ (ଡିପ୍ଲୋମା) ପରୀକ୍ଷା ରହିଥିବା ବେଳେ ୯ ତାରିଖରେ ଏଲ୍‌ଇ ଟେକ୍, ଏମ୍‌ସିଏ/ଏସ୍‌ଏସ୍‌ସି ଓ ପୋଷ୍ଟ ବେସିକ୍ ବିଏସ୍‌ସି ନର୍ସିଂ ପରୀକ୍ଷା ଅନୁଷ୍ଠିତ ହେବ। ୧୦ ତାରିଖରେ ଏମ୍‌ଫାର୍ମା, ଏମ୍‌ଟେକ୍, ଏମ୍‌ଆର୍କ ସହିତ ଅନ୍ୟାନ୍ୟ ପୋଷ୍ଟଗ୍ରାଜୁଏଟ୍ କୋର୍ସ ପରୀକ୍ଷା ହେବ।

ଚଳିତ ବର୍ଷ ପ୍ରାୟ ୧.୦୩ ଲକ୍ଷ ପରୀକ୍ଷାର୍ଥୀ ୯୯ଟି ସେଣ୍ଟରରେ ପରୀକ୍ଷା ଦେଉଛନ୍ତି। ଏଥିରୁ ୯୩ଟି ସେଣ୍ଟର ରାଜ୍ୟ ଭିତରେ ରହିଥିବା ବେଳେ ୬ଟି ସେଣ୍ଟର ରାଜ୍ୟ ବାହାରେ ରହିଛି। କୋଲକାତାରେ ୩ଟି, ପାଟଣାରେ ୨ଟି ଓ ରାଞ୍ଚିରେ ୧ଟି ସେଣ୍ଟର ବ୍ୟବସ୍ଥା କରାଯାଇଛି।

Show More

Related Articles

Back to top button