ଅପରାଧମୁଖ୍ୟ ଖବର

IPL ବେଟିଂ ରାକେଟ୍‌ ଫାଶ, ୫ ଗିରଫ; ୧୭.୬୧ ଲକ୍ଷ ଟଙ୍କା ଜବତ


ସୁନ୍ଦରଗଡ଼: ଜିଲ୍ଲାର ରାଜଗାଙ୍ଗପୁର ଅଞ୍ଚଳରେ ଚାଲୁଥିବା ବେଆଇନ IPL ବେଟିଂ ରାକେଟ୍‌କୁ ପୋଲିସ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଛି। ଏହି ଚଢାଉ ସମୟରେ ପୋଲିସ ପ୍ରାୟ ୬ ଲକ୍ଷ ଟଙ୍କା ନଗଦ ସହିତ ୫ଟି ମୋବାଇଲ ଫୋନ୍ ଜବତ କରିଥିବାବେଳେ, ୧୭ ଲକ୍ଷ ୬୧ ହଜାର ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ବାସନ୍ତୀ କଲୋନିର ରଞ୍ଜନ କୁମାର ସା (୨୯), ରାହୁଲ ସାହୁ (୩୨), ବାଗିଚାପଡ଼ାର ସଞ୍ଜୟ କୁମାର ମିସ୍ତ୍ରୀ (୪୭), ମାଷ୍ଟର କଲୋନିର ଉମେଶ ସେଟା ଓରଫ ସୋନୁ (୪୧) ଏବଂ ରାମବାଗନର ନିରଜ ସାହୁ (୩୫)। ସମସ୍ତେ ମିଶି ମୋବାଇଲ ଫୋନ୍ ମାଧ୍ୟମରେ ଲୋକମାନଙ୍କଠାରୁ ଟଙ୍କା ସଂଗ୍ରହ କରି IPL ମ୍ୟାଚ୍‌ ଉପରେ ବେଟିଂ ଚାଳାଉଥିବା ପୋଲିସ ତଦନ୍ତରୁ ପ୍ରକାଶ ପାଇଛି।

ରାଜଗାଙ୍ଗପୁର ଥାନାର ଆଇଆଇସି ବିଜୟ କୁମାର ଦାସଙ୍କ ନିର୍ଦ୍ଦେଶରେ ଏସଆଇ ରାଜେଶ କୁମାର ସେଠୀଙ୍କ ନେତୃତ୍ୱରେ ଏକ ବିଶେଷ ପୋଲିସ ଦଳ ରାଜଗାଙ୍ଗପୁର ମିନି ଷ୍ଟାଡିୟମରେ ଚଢାଉ କରିଥିଲା। ଚଢାଉ ସମୟରେ ଅଭିଯୁକ୍ତମାନେ ବେଟିଂ କାର୍ଯ୍ୟରେ ଲିପ୍ତ ଥିବାବେଳେ ସେମାନଙ୍କୁ ଧରାଯାଇଥିଲା।

ଏହି ଘଟଣାରେ ଆହୁରି କେହି ଜଡିତ ଅଛନ୍ତି କି ନାହିଁ, ତାହା ନେଇ ପୋଲିସ ତଦନ୍ତ ଜାରି ରଖିଛି। ଏପରି ବେଆଇନ ବେଟିଂ କାର୍ଯ୍ୟକଳାପ ଉପରେ ପୋଲିସ ଆଗାମୀ ଦିନରେ ଆହୁରି କଠୋର କାର୍ଯ୍ୟନୁଷ୍ଠାନ ନେବ ବୋଲି ସୂଚନା ମିଳିଛି।

Show More

Related Articles

Back to top button