ମୁଖ୍ୟ ଖବରରାଜନୀତି

ପଶ୍ଚିମବଙ୍ଗରେ ଭୋଟ୍ ଗଣନା ସମୟରେ ସଂଘର୍ଷ , ପୋଲିସ ଲାଠିଚାର୍ଜ


ପଶ୍ଚିମବଙ୍ଗ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣନା ଆଜି ଜାରି ରହିଛି। ପଶ୍ଚିମବଙ୍ଗରେ ବିଜେପି ଆଗୁଆ ଥିବାବେଳେ ଟିଏମସି ପଛକୁ ପଡ଼ିଥିବା ଦେଖାଯାଇଛି। ଏହି ପରିସ୍ଥିତି ମଧ୍ୟରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବିଧାନନଗରରେ ତଣାତଣି ସୃଷ୍ଟି ହୋଇଛି।

ଏକ ମତଗଣନା କେନ୍ଦ୍ର ବାହାରେ ଟିଏମସି ଓ ବିଜେପି ସମର୍ଥକମାନଙ୍କ ମଧ୍ୟରେ ପ୍ରଥମେ କଥାକଟାକଟି ଆରମ୍ଭ ହୋଇଥିଲା। ପରେ ଏହା ତୀବ୍ର ଆକାର ନେଇ ନାରାବାଜି ଓ ଯୁକ୍ତିତର୍କରେ ପରିଣତ ହୋଇଥିଲା। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ସେଠାରେ ଥିବା କେନ୍ଦ୍ରୀୟ ସୁରକ୍ଷା ବଳ ଓ ପୋଲିସ ଘଟଣାକୁ ଶାନ୍ତ କରିବା ପାଇଁ ହସ୍ତକ୍ଷେପ କରିଥିଲେ।

ତଥାପି ଭିଡ଼ ନିୟନ୍ତ୍ରଣରେ ନ ଆସିବାରୁ ପୋଲିସ ଲାଠିଚାର୍ଜ କରିଥିଲା। ଏହା ପରେ ପରିସ୍ଥିତି କିଛି ପରିମାଣରେ ନିୟନ୍ତ୍ରଣରେ ଆସିଥିବା ସୂଚନା ମିଳିଛି।

ଏପଟେ ବିଜେପି ଅଭିଯୋଗ କରିଛି ଯେ, ଟିଏମସି ସମର୍ଥକମାନେ ମତଗଣନା କେନ୍ଦ୍ର ବାହାରେ ଦଳୀୟ ପତାକା ଲଗାଇଥିବାରୁ ଏହି ତଣାତଣି ଆରମ୍ଭ ହୋଇଥିଲା। ଘଟଣା ପରେ ଅଞ୍ଚଳରେ ଅଧିକ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି।

Show More

Related Articles

Back to top button