ମୁଖ୍ୟ ଖବରରାଜନୀତି

ଡିସେମ୍ବର ସୁଦ୍ଧା ଶେଷ ହେବ ଜମିଦାରୀ ପ୍ରଥା ସମ୍ପର୍କିତ ସମସ୍ତ ମାମଲା: ସୁରେଶ ପୂଜାରୀ

ଭୁବନେଶ୍ୱର: ରାଜ୍ୟରେ ଜମିଦାରୀ ପ୍ରଥାର ଅବଶିଷ୍ଟ ସମସ୍ୟାଗୁଡ଼ିକୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସମାଧାନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗଡ଼ଜାତ ଅଞ୍ଚଳରେ ଦୀର୍ଘଦିନ ଧରି ପଡ଼ିରହିଥିବା ଜମିଦାରୀ ସମ୍ପର୍କିତ ମାମଲାଗୁଡ଼ିକୁ ନିରାକରଣ ପାଇଁ ସରକାର ତ୍ୱରିତ ପଦକ୍ଷେପ ନେଉଥିବା ସେ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଜମିଦାରୀ ଉଚ୍ଛେଦ ଆଇନ ୬୦ ଦଶକରୁ ଲାଗୁ ହୋଇଥିଲେ ମଧ୍ୟ ଅନେକ ଲୋକ ପଟ୍ଟା ପାଇବା ପରେ ସରକାରଙ୍କୁ ସାଲାମୀ ରାଶି ଦେଇନାହାନ୍ତି। ଏହା ଫଳରେ ରାଜସ୍ୱ ବିଭାଗ କ୍ଷତି ସହୁଛି। ତେଣୁ ଯେଉଁମାନେ ଜମିର ପ୍ରକୃତ ହକଦାର, ସେମାନେ ସାଲାମୀ ଦେଇ ଜମିର ଆଇନଗତ ମାଲିକାନା ହାସଲ କରିପାରିବେ। ଏଥିପାଇଁ ମାସେ ସମୟ ଦିଆଯାଇଛି।

ରାଜସ୍ୱ ସେବାକୁ ଅଧିକ ସୁଚାରୁ କରିବା ପାଇଁ ଜିଲ୍ଲାଭିତ୍ତିକ ଗ୍ରେଡେସନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁ ଜିଲ୍ଲା ଭଲ ପ୍ରଦର୍ଶନ କରିବ, ସେହି ଜିଲ୍ଲାକୁ ଉଚ୍ଚ ଗ୍ରେଡ୍‌ ମିଳିବ।

ସେ ଆହୁରି ସୂଚନା ଦେଇଛନ୍ତି ଯେ ଆଗାମୀ ଦିନରେ ଭୂଦାନ ଆଇନକୁ ମଧ୍ୟ ସମାପ୍ତ କରିବା ଦିଗରେ ସରକାର ପଦକ୍ଷେପ ନେବେ।

Show More

Related Articles

Back to top button