Breaking PLUSଓଡ଼ିଶାମୁଖ୍ୟ ଖବର
ତାତି ପାଇଁ ୧୧ ମେ’ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଜାରି ଥିବା ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ଆସନ୍ତା ୧୧ ମେ’ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କେନ୍ଦ୍ର ବନ୍ଦ ରହିବ।
ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ୱର ୟୁନିଟ-୫ରେ ଅବସ୍ଥିତ ଅଭିଯୋଗ ଶୁଣାଣି କେନ୍ଦ୍ର ସେହିଦିନ ବନ୍ଦ ରହିବ।
ପରବର୍ତ୍ତୀ ଶୁଣାଣିର ତାରିଖ ପରେ ସମ୍ବାଦପତ୍ର ଓ ଅନ୍ୟାନ୍ୟ ଗଣମାଧ୍ୟମ ମାଧ୍ୟମରେ ସୂଚନା ଦିଆଯିବ ବୋଲି ବିଭାଗ କହିଛି।


