Breaking PLUSଓଡ଼ିଶାମୁଖ୍ୟ ଖବର
ବାଲିଅନ୍ତା ମୃତ୍ୟୁ ଘଟଣା: ଗିରଫ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର: ବାଲିଅନ୍ତା ମୃତ୍ୟୁ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ମାମଲାରେ ଶନିବାର ସୁଦ୍ଧା ଗିରଫ ସଂଖ୍ୟା ୧୧କୁ ବଢ଼ିଛି।
ଗତ ୭ ମେ’ରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଜିଆରପି କନେଷ୍ଟବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ଏକ ଉତ୍ତ୍ୟକ୍ତ ଜନତା ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ଓମ ପ୍ରକାଶ ରାଉତ ନାମକ ଅନ୍ୟ ଜଣେ ଆହତ ହୋଇଥିଲେ।
ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ ପରିସ୍ଥିତି ଉତ୍ତେଜିତ ହୋଇଥିବା ପୋଲିସ କହିଛି। ପରେ ପ୍ରାୟ ୪୦ ଜଣଙ୍କ ଭିଡ଼ ସୌମ୍ୟଙ୍କୁ ଆକ୍ରମଣ କରିଥିଲା।
ମୃତ କନେଷ୍ଟବଳଙ୍କ ବାପା ଦୁଶାସନ ସ୍ୱାଇଁ ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ଥିବା ପୋଲିସ ତାଙ୍କ ପୁଅଙ୍କୁ ବଞ୍ଚାଇବା ପରିବର୍ତ୍ତେ ମାଡ଼ ମାରିଥିବା ସେ କହିଛନ୍ତି।
ଏପଟେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘଟଣାରେ ଜଡିତ ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।


