Breaking PLUSଓଡ଼ିଶାମୁଖ୍ୟ ଖବର

୧୧ରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଯାଞ୍ଚ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଭିତର ରତ୍ନଭଣ୍ଡାରରେ ରହିଥିବା ମୂଲ୍ୟବାନ ଅଳଙ୍କାରର ଗଣତି ଓ ଯାଞ୍ଚ କାମ ଆସନ୍ତା ୧୧ ମେ’ରୁ ପୁଣି ଆରମ୍ଭ ହେବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି।
ବାହାର ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ନୀତିକାନ୍ତି ପାଇଁ କିଛିଦିନ ଧରି ଏହି ପ୍ରକ୍ରିୟା ସ୍ଥଗିତ ରହିଥିଲା। ବର୍ତ୍ତମାନ ସରକାରଙ୍କ ନିର୍ଦ୍ଦିଷ୍ଟ ଏସଓପି ଅନୁଯାୟୀ ୧୧ ଓ ୧୨ ମେ’ରେ ପୁଣି ଯାଞ୍ଚ କାର୍ଯ୍ୟ ଚାଲିବ। ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ।
ଗତ ୧୪ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଯାଞ୍ଚ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଅଳଙ୍କାରର ଯାଞ୍ଚ ସରିଛି। ଏଥିରେ ବଣିଆ ସେବାୟତ, ରତ୍ନ ବିଶେଷଜ୍ଞ ଓ ରିଜର୍ଭ ବ୍ୟାଙ୍କ ଅଧିକାରୀମାନେ ଉପସ୍ଥିତ ରହୁଛନ୍ତି। ସମ୍ପୂର୍ଣ୍ଣ ପ୍ରକ୍ରିୟା ସିସିଟିଭି ନଜରଦାରୀ ସହ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ମାଧ୍ୟମରେ କରାଯାଉଛି।
ଏହି ସମୟରେ ଭକ୍ତମାନଙ୍କ ପାଇଁ ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ଜାରି ରହିଛି।

Show More

Related Articles

Back to top button