Breaking PLUSଦେଶମୁଖ୍ୟ ଖବରରାଜନୀତି
ସୋସିଆଲ ମିଡିଆ ପ୍ରୋଫାଇଲ ବଦଳାଇଲେ ମମତା ବାନାର୍ଜୀ

କୋଲକାତା, ୦୯ ମେ – ପଶ୍ଚିମବଙ୍ଗର ରାଜନୀତିରେ ଚାଲିଥିବା ପରିବର୍ତ୍ତନ ମଧ୍ୟରେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ ଅପଡେଟ୍ କରିଛନ୍ତି। ଅନ୍ୟପଟେ, ଶପଥ ଗ୍ରହଣ ପରେ ଶୁଭେନ୍ଦୁ ଅଧିକାରୀ ତାଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ରେ ନିଜ ନାମ ସହିତ ‘ମୁଖ୍ୟମନ୍ତ୍ରୀ’ ଶବ୍ଦ ଯୋଡ଼ିଛନ୍ତି।
ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନ୍ଷ୍ଟାଗ୍ରାମ୍ ଏବଂ ଏକ୍ସ ରେ ମମତା ବାନାର୍ଜୀ ଏବେ ତାଙ୍କ ପ୍ରୋଫାଇଲ୍ରେ ନିଜକୁ ତିନିଥର ମୁଖ୍ୟମନ୍ତ୍ରୀ ଭାବେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ସେ ୧୫ତମ, ୧୬ତମ ଏବଂ ୧୭ତମ ବିଧାନସଭାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ବର୍ତ୍ତମାନ ସେ ତୃଣମୂଳ କଂଗ୍ରେସର ଅଧ୍ୟକ୍ଷା ଅଛନ୍ତି। କିନ୍ତୁ ସେ କୌଣସିଠାରେ ‘ପୂର୍ବ ମୁଖ୍ୟମନ୍ତ୍ରୀ’ ଶବ୍ଦ ବ୍ୟବହାର କରିନାହାନ୍ତି।



