Breaking PLUSଓଡ଼ିଶାମୁଖ୍ୟ ଖବର

ମୋ ପୁଅକୁ ୪୦ରୁ ୫୦ ଜଣ ପିଟି ମାରିଦେଲେ- ସୌମ୍ୟଙ୍କ ବାପା

ଭୁବନେଶ୍ୱର, 9 ମେ- GRP କନଷ୍ଟେବଲ୍ ସୌମ୍ୟ ହତ୍ୟା ଘଟଣାରେ ସୌମ୍ୟଙ୍କ ବାପା କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୋ ପୁଅକୁ ୪୦ରୁ ୫୦ ଜଣ ପିଟି ମାରିଦେଲେ, ଏତେ କମ୍‌ ଗିରଫ କାହିଁକି । ଗୋରୁ ମଇଁଷି ଭଳି ପୁଅକୁ ଡାଲା ଅଟୋରେ ପକାଇ ନେଲେ । ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲା ବେଳେ କେହି ରକ୍ଷା କଲେନି । ଯେଉଁ ଝିଅମାନଙ୍କ ପାଇଁ ଏପରି କାଣ୍ଡ ହେଲା ସେମାନଙ୍କୁ ଗିରଫ କରାଯାଉ । ଚାକିରିକୁ ନେଇ ମଧ୍ୟ ପୁଅ ସୌମ୍ୟ ଚାପରେ ଥିଲେ  । ପୁଅକୁ ଯେପରି ମାରିଲେ ତାହ ବର୍ବରତା ଥିଲା, କଠୋର ଦଣ୍ଡବିଧାନ ହେଉ ।

ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସୌମ୍ୟଙ୍କ ମାମୁ ଅଜୟ ଦାସ  । ଉଚ୍ଚସ୍ତରୀୟ ତଦନ୍ତରେ ବାଲିଅନ୍ତା ପୋଲିସକୁ ନିୟୋଜିତ କରା ନଯାଉ । ବାଲିଅନ୍ତା ପୋଲିସର ଅପରାଗତା ପାଇଁ ଭଣଜାର ଜୀବନ ଗଲା । ୨ ଝିଅଙ୍କୁ ପାଇଁ ଏପରି ଘଟିଲା, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସେ ଦାବ କରିଛନ୍ତି ।

Show More

Related Articles

Back to top button