Breaking PLUSଦେଶମୁଖ୍ୟ ଖବର
ଏକାଧିକ ଲକ୍ଷ୍ୟ ଭେଦିବାରେ ସକ୍ଷମ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶାର ଡା.ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଭାରତ ଶୁକ୍ରବାର ଏକ ଉନ୍ନତ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହି କ୍ଷେପଣାସ୍ତ୍ରରେ ଏମଆଇଆରଭି (ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେଡ୍ ରି-ଏଣ୍ଟ୍ରି ଭେହିକଲ୍) ପ୍ରଯୁକ୍ତି ବ୍ୟବହୃତ ହୋଇଛି, ଯାହା ଏକାଧିକ ଲକ୍ଷ୍ୟକୁ ଏକାସାଥିରେ ଭେଦ କରିବାରେ ସକ୍ଷମ।
ପରୀକ୍ଷା ସମୟରେ କ୍ଷେପଣାସ୍ତ୍ରଟି ଭାରତ ମହାସାଗର ଅଞ୍ଚଳରେ ଭିନ୍ନ ଭିନ୍ନ ସ୍ଥାନରେ ଥିବା ଲକ୍ଷ୍ୟକୁ ସଫଳତାର ସହ ଆଘାତ କରିଥିଲା। ଭୂମି ଏବଂ ଜାହାଜ ଆଧାରିତ ଟ୍ରାକିଂ ବ୍ୟବସ୍ଥା ମାଧ୍ୟମରେ ସମଗ୍ର ପରୀକ୍ଷାକୁ ନିରୀକ୍ଷଣ କରାଯାଇଥିଲା।
ପରୀକ୍ଷାର ସମସ୍ତ ଲକ୍ଷ୍ୟ ସଫଳ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି। ଏହି ସଫଳତା ସହ ଭାରତର ପ୍ରତିରକ୍ଷା କ୍ଷମତା ଆହୁରି ସୁଦୃଢ଼ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ସେନା ଓ ସମ୍ପୃକ୍ତ ଶିଳ୍ପ ସଂସ୍ଥାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


