ଜନସୁରକ୍ଷା ଯୋଜନା ଲୋକଙ୍କୁ ଦେଇଛି ଆର୍ଥିକ ସୁରକ୍ଷା ଓ ସମ୍ମାନ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜନସୁରକ୍ଷା ଓ ପେନ୍ସନ ଯୋଜନା ଦେଶର ଲୋକଙ୍କୁ ଆର୍ଥିକ ସୁରକ୍ଷା ଓ ସମ୍ମାନଜନକ ଜୀବନ ଦେବାରେ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
୨୦୧୫ ମସିହା ମେ’ ୯ ତାରିଖରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନ୍ସନ ଯୋଜନା ୧୧ ବର୍ଷ ପୂରଣ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ଓ ଅବହେଳିତ ବର୍ଗର ଲୋକଙ୍କ ପାଇଁ ସହଜ ଓ ସୁଲଭ ସାମାଜିକ ସୁରକ୍ଷା ଦେବା ଏହି ଯୋଜନାର ଲକ୍ଷ୍ୟ।
ସରକାରୀ ତଥ୍ୟ ଅନୁସାରେ, ଏହି ତିନିଟି ଯୋଜନାରେ ଏପର୍ଯ୍ୟନ୍ତ ମୋଟ ୯୪.୫ କୋଟି ନାମଭର୍ତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨୭ କୋଟିରୁ ଅଧିକ, ସୁରକ୍ଷା ବୀମା ଯୋଜନାରେ ୫୮ କୋଟିରୁ ଅଧିକ ଏବଂ ଅଟଳ ପେନ୍ସନ ଯୋଜନାରେ ୯ କୋଟିରୁ ଅଧିକ ଲୋକ ଯୋଗ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୋଜନାଗୁଡ଼ିକ ଦେଶର ଲକ୍ଷାଧିକ ପରିବାରଙ୍କୁ ଆର୍ଥିକ ସହାୟତା ଓ ସୁରକ୍ଷା ପ୍ରଦାନ କରୁଛି।



