Breaking PLUSଓଡ଼ିଶାମୁଖ୍ୟ ଖବର
ଅଫିସ୍ର ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ଯୋଗୁ କ୍ୟାମେରା ଖଂଜିଥିଲା କିରାଣୀ- ଏସପି
DRDA ଅଫିସ୍ ୱାସ୍ରୁମ୍ରୁ ହିଡେନ୍ କ୍ୟାମେରା ଜବତ ଘଟଣା

ଜଗତସିଂହପୁର, 31 ମେ-: DRDA ଅଫିସ୍ ୱାସ୍ରୁମ୍ରୁ ହିଡେନ୍ କ୍ୟାମେରା ଜବତ ଘଟଣା । ଜୁନିୟର କିରାଣି ସଞ୍ଜୟ ଅଧେଖାଙ୍କୁ ଗିରଫ ପରେ ଏସ୍ପି ପ୍ରେସମିଟ୍ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,ଅଫିସ୍ର ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହୋଇଥିଲା । ୟୁଟ୍ୟୁବ୍ ଦେଖି ଅନଲାଇନ୍ରୁ ମଗାଇଥିଲା ହିଡେନ୍ କ୍ୟାମେରା । ମାର୍ଚ୍ଚ ମାସରୁ ଲଗାଇଥିଲା କ୍ୟାମେରା, ସପ୍ତାହକୁ ଥରେ ଚାର୍ଜ କରୁଥିଲା । ସପ୍ତାହକୁ ଥରେ ଚାର୍ଜ କରି ପୁଣି ସେହି ସ୍ଥାନରେ ଲଗାଉଥିଲା କ୍ୟାମେରା ।
ଏଠାରେ ସୂଚନାଯୋଗ୍ୟ ଜଗତସିଂହପୁର ଜିଲ୍ଲା DRDA କାର୍ଯ୍ୟାଳୟର ମହିଳା ୱାସରୁମ ଭିତରୁ ଏକ ସିକ୍ରେଟ କ୍ୟାମେରା ମିଳିଥିଲା । ସୂଚନା ଅନୁଯାୟୀ ଗତ ୨୫ ତାରିଖରେ ଜଣେ ମହିଳା କର୍ମଚାରୀ ୱାସରୁମ ବ୍ୟବହାର କରୁଥିବା ବେଳେ ହଠାତ୍ ଏକ ଛୋଟ କ୍ୟାମେରା ଖସି ପଡ଼ିଥିଲା। ଏହାକୁ ଦେଖି ସେ ତୁରନ୍ତ ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ।



