Breaking PLUSଦେଶମୁଖ୍ୟ ଖବର
ମାର୍କ ଯାଞ୍ଚ ଏବଂ ଉତ୍ତର ପତ୍ର ପୁନଃମୂଲ୍ୟାୟନ ପାଇଁ ସିବିଏସଇର ଅନଲାଇନ୍ ପୋର୍ଟାଲ ଲାଇଭ୍

ନୂଆଦିଲ୍ଲୀ, ଜୁନ୍ 2- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ମାର୍କ ଯାଞ୍ଚ ଏବଂ ଉତ୍ତର ପତ୍ର ପୁନଃମୂଲ୍ୟାୟନ ପାଇଁ ମଙ୍ଗଳବାର ଦିନ ଲାଇଭ୍ ଅନଲାଇନ୍ ପୋର୍ଟାଲ ସକ୍ରିୟ ହୋଇଛି।ସିବିଏସଇ ଏହାର ସରକାରୀ ଏକ୍ସ ହ୍ୟାଣ୍ଡେଲରେ କହିଛି ଯେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଅନଲାଇନ୍ ପୋର୍ଟାଲ ଏବେ ଆକ୍ଟିଭ ହୋଇଛି।
ଏହାର ସରକାରୀ ସୁଚନା ସିବିଏସଇର ମୁଖ୍ୟ ୱେବସାଇଟରେ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହାପୁର୍ବରୁ ମେ 26 ତାରିଖରେ ଲାଇଭ୍ ହେବାକୁ ଥିବା ଅନଲାଇନ୍ ପୋର୍ଟାଲକୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜୁନ୍ 1 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା, କିନ୍ତୁ ଅନ୍ୟାନ୍ୟ କାରଣ ଯୋଗୁଁ ସେହି ତାରିଖରେ ଏହାକୁ ଆରମ୍ଭ କରାଯାଇପାରିଲା ନାହିଁ।ଏହା ଏବେ ଆଜି ଲାଇଭ୍ ହୋଇଛି।ସିବିଏସଇ ଛାତ୍ରମାନଙ୍କ ପାଇଁ ଅଫିସିଆଲ୍ ପୋର୍ଟାଲ ଲିଙ୍କ୍ ସେୟାର କରିଛି । ଛାତ୍ରଛାତ୍ରୀମାନେ ମାର୍କ ଯାଞ୍ଚ ଏବଂ ଉତ୍ତର ପତ୍ର ପୁନଃମୂଲ୍ୟାୟନ ପାଇଁ ଭିଡିଓ ନିର୍ଦ୍ଦେଶାବଳୀ ଦେଖି ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିବେ।



