Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି

ଭୁବନେଶ୍ୱର, 6 ଜୁନ- ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି । ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୩ ଡିଗ୍ରୀ, ଆର୍ଦ୍ରତା ୭୭% ରେକର୍ଡ ହୋଇଛି । ୪୭ ଡିଗ୍ରୀ ପରି ଅନୁଭୂତ ହେଉଛି ଭୁବନେଶ୍ବର ଗରମ ।

୧୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ବିଜୁଳି ଘଡଘଡି ସହ ୫୦ରୁ ୬୦ କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Show More

Related Articles

Back to top button