Breaking PLUSଓଡ଼ିଶାମୁଖ୍ୟ ଖବର
ସୁନା ଦୋକାନରୁ ଭୁଜାଲି ଦେଖାଇ ଲୁଟ ଉଦ୍ୟମ

ଭୁବନେଶ୍ୱର, 6 ଜୁନ- ବାଲେଶ୍ବର ଚାନ୍ଦିପୁର ଥାନା ପଟାପୋଲ ଛକ ନିକଟରେ ଏକ ସୁନା ଦୋକାନରୁ ସଶସ୍ତ୍ର ଡକାୟତି ଉଦ୍ୟମର ସିସିଟିଭି ଫୁଟେଜ ଚିତ୍ର ସାମ୍ନାକୁ ଆସିଛି। ସ୍ପଷ୍ଟ ଦିବାଲୋକରେ ସୁନା ଦୋକାନରୁ ଭୁଜାଲି ଦେଖାଇ ଲୁଟ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଦୋକାନୀ ପାଟିକରିବାରୁ କେବଳ ଦୋକାନୀଙ୍କ ମୋବାଇଲ ନେଇ ଦୌଡିଲେ ଲୁଟେରା। ୩ ଜଣ ଲୁଟେରା ଲୁଟ ଉଦ୍ୟମ କରିଥିଲେ।
ଚାନ୍ଦିପୁର ପଟାପୋଲ ଅଞ୍ଚଳର ଗୋବିନ୍ଦ କାମିଳାଙ୍କ ପୁଅ ସଞ୍ଜିତ କାମିଳା ନିଜ ଘର ଆଗରେ ଥିବା ଦୋକାନରେ ଥିଲେ। ପ୍ରଥମେ ଦୁଇ ଜଣ ଲୁଟେରା ସୁନା ଦୋକାନରେ ପଶି ସୁନାହାର ଦେଖାଇବାକୁ କହିଥିଲେ। ପରେ ଅନ୍ୟ ଜଣେ ଲୁଟେରା ଭିତରକୁ ଆଶି ମୋବାଇଲ ଫୋନ୍ ଉଠାଇନେଇ ଭୁଜାଲି ବାହାର କରି ତାଙ୍କୁ ଧମକ ଦେଇଥିଲେ।



