Breaking PLUSଓଡ଼ିଶାମୁଖ୍ୟ ଖବର

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା

ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ ଜେରା

ଭୁବନେଶ୍ୱର, 6 ଜୁନ-  ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ ଜେରା କରାଯାଇଛି। ଆଜି ବି ଏକାଧିକଙ୍କୁ ଜେରା କରାଯିବା ନେଇ କ୍ରାଇମବ୍ରାଞ୍ଚର ସୂଚନା। ଜେରା କରାଯାଇଥିବା ବ୍ୟକ୍ତିଙ୍କ ଅଡିଓ ଭିଜୁଆଲ୍ ବୟାନ ରେକର୍ଡ ହୋଇଛି।

ବାଲିଅନ୍ତାରେ ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ(ଏନ୍‌‌ଏଚ୍‌ଆର୍‌ସି) ସଦସ୍ୟଙ୍କ ତଦନ୍ତ ଶେଷ ହୋଇଛି। ତଦନ୍ତ ସମ୍ବନ୍ଧିତ କାଗଜପତ୍ର ଓ ରେକର୍ଡ କରାଯାଇଥିବା ଏକାଧିକ ବ୍ୟକ୍ତିଙ୍କ ବୟାନକୁ ତର୍ଜମା କରାଯିବ। ପରେ ଏହାର ବିସ୍ତୃତ ବିବରଣୀ ଜଣାଇ ଦିଆଯିବ ବୋଲି ତଦନ୍ତକାରୀ ଟିମ୍‌ର ସଦସ୍ୟ ସୂଚନା ଦେଇଛନ୍ତି।

Show More

Related Articles

Back to top button