Breaking PLUSଓଡ଼ିଶାମୁଖ୍ୟ ଖବର
ବଢିଲା ଘରୋଇ ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ, 7 ଜୁନ- ଦେଶରେ ଘରୋଇ ଏଲପିଜି (LPG) ସିଲିଣ୍ଡରର ଦାମ ମଧ୍ୟ ବୃଦ୍ଧି ପାଇଛି। ‘ପିଟିଆଇ’ (PTI) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାସ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ୨୯ ଟଙ୍କା ବୃଦ୍ଧି କରିଛନ୍ତି। ଏହାପରେ ଏବେ ଘରୋଇ ସିଲିଣ୍ଡରର ମୂଲ୍ୟ ୯୪୨ ଟଙ୍କା ହୋଇଯାଇଛି।
ଦିଲ୍ଲୀ-ଏନସିଆର (Delhi-NCR)ରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ଏବେ ୯୪୨ ଟଙ୍କା ହୋଇଯାଇଛି। ସେହିପରି ୫ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡରର ଦର ୩୩୯ ଟଙ୍କା ରହିଛି। ଏହା ବ୍ୟତୀତ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ (ବ୍ୟାବସାୟିକ) ସିଲିଣ୍ଡରର ମୂଲ୍ୟ ୩,୧୧୩ ଟଙ୍କା ୫୦ ପଇସାରେ ଅପରିବର୍ତ୍ତିତ ରହିଛି।



