Breaking PLUSଓଡ଼ିଶାମୁଖ୍ୟ ଖବର
ଓଡ଼ିଶା ପୋଲିସରେ ଅଦଳ ବଦଳ, ୪୩ ଜଣ ପୁଲିସ ଇନ୍ସପେକ୍ଟରଙ୍କୁ ବଦଳି

ଭୁବନେଶ୍ୱର, 7 ଜୁନ- ଓଡ଼ିଶା ପୋଲିସରେ ଏକ ବଡ଼ ଧରଣର ଅଦଳବଦଳ । ଆଇନ ଶୃଙ୍ଖଳା ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଏବଂ ପ୍ରଶାସନିକ କାର୍ଯ୍ୟଦକ୍ଷତା ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକାସଙ୍ଗେ ୪୩ ଜଣ ପୁଲିସ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। ଖାଲି ପଡ଼ିଥିବା ପଦବୀ ପୂରଣ କରିବା ସହ ଜନସେବାକୁ ଅଧିକ ପ୍ରାଥମିକତା ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ।



