Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ, ଚୂଡ଼ାରୁ ଖସିଲା ପଥର

ବଜ୍ରପାତ ପ୍ରଭାବରେ ମନ୍ଦିର ଶିଖରରେ ଫାଟ

କଟକ, 7 ଜୁନ- କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି । ଫଳରେ ମନ୍ଦିରର ଉପର ଭାଗ କିଛି ଅଂଶ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ କିଛି କ୍ଷଣ ପାଇଁ ଲୋକେ ଆତଙ୍କିତ ହୋଇପଡିଥିଲେ ।

ତେବେ ଏହି ଘଟଣା ପରେ ମନ୍ଦିରର ବିଦ୍ୟୁତ ଯୋଗାଯୋଗ ବିଛିନ୍ନ ହୋଇଛି ।  ସେହିପରି କାଳବୈଶାଖୀ ପ୍ରଭାବରେ କଟକରେ ୧୧ଟି ସ୍ଥାନ ପ୍ରଭାବିତ ହୋଇଛି । ଗଛ ଉପୁଡିଵା କାରଣରୁ ୧୧ଟି ସ୍ଥାନରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ରାସ୍ତାରୁ ଗଛ ହଟାଇବା ପାଇଁ ୭ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବା ବେଳେ ବିଦ୍ୟୁତ ସରବରାହ ସ୍ବାଭାବିକ ପାଇଁ ଟାଟା ପାଓ୍ବାରର ୪୫ଟି ଟିମ୍ ନିୟୋଜିତ ହୋଇଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button