Breaking PLUSଓଡ଼ିଶାମୁଖ୍ୟ ଖବର

ବଲାଙ୍ଗିରରୁ ବିପୁଳ ପରିମାଣର କଫ୍ ସିରଫ ଜବତ, 5 ଗିରଫ

ବଲାଙ୍ଗିର, 7 ଜୁନ- ବଲାଙ୍ଗିର ସହର ଟିଟିଲାଗଡ଼ ରାସ୍ତା ସ୍ମାର୍ଟ ପାର୍କ ନିକଟ ବାଇପାସ୍ ରାସ୍ତାରୁ ବଲାଙ୍ଗିର ଟାଉନ ପୁଲିସ ଏକ ନେକ୍ସନ କାର ସହ ବିପୁଳ ପରିମାଣ କଫସିରପ୍ ଜବତ କରିଛି । ବେଆଇନ ଭାବେ କଫସିରପ୍ ଚାଲାଣ କରୁଥିବା ଅଭିଯୋଗରେ କଫସିରପ ଚାଲାଣ ରାକେଟର କିଙ୍ଗପିନ୍ ବିଦ୍ୟାଧର ସାହୁଙ୍କ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ବଲାଙ୍ଗିର ତାଲପାଲିପଡ଼ାର ବିଦ୍ୟାଧର ସାହୁ (୨୦), ବରପାଲିପଡ଼ାର ଅଙ୍କିତ ପଟେଲ (୧୯), ବିଜେଶ ଜେନା (୧୯), ତୁଳସୀନଗରର ପ୍ରିୟାଂଶୁ ନନ୍ଦ (୧୯) ଓ କଟକ ଜିଲ୍ଲା ନରସିଂହପୁର ଥାନା ନରସିଂହପୁରର ସୁରେଶ କୁମାର ସାହୁ (୧୯)। ଅଭିଯୁକ୍ତମାନେ ନେକ୍ସନ କାରରେ କଫସିରପ ଚାଲାଣ କରୁଥିବା ଖବର ପାଇ ବଲାଙ୍ଗିର ଟାଉନ ପୋଲିସ ଗତ ଶନିବାର ରାତି ପ୍ରାୟ ୯ଟାରେ ବଲାଙ୍ଗିର ସ୍ମାର୍ଟ ପାର୍କ ନିକଟ ବାଇପାସ୍ ରାସ୍ତାରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ କାରରୁ ୪ଟି ବସ୍ତାରେ ଥିବା କଫସିରପ୍ ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କଫସିରପ୍ ଯାଞ୍ଚ କଲାରୁ ବସ୍ତାରେ ୮୮୦ ବୋତଲ ଏସକଫ କମ୍ପାନୀର କଫସିରପ୍ ବୋତଲ ବାହାରିଥିଲା ।

Show More

Related Articles

Back to top button