Breaking PLUSଓଡ଼ିଶାମୁଖ୍ୟ ଖବର
୧୦ ତାରିଖରେ ବିଜେଡିର ବଡ଼ ବୈଠକ ବସିବ

ଭୁବନେଶ୍ୱର, 8 ଜୁନ- ଆସନ୍ତା ୧୦ ତାରିଖରେ ବିଜେଡିର ବଡ଼ ବୈଠକ ବସିବ । ଉପସଭାପତି ଦେବୀପ୍ରସାଦ ମିଶ୍ର ଏକ ପ୍ରେସ ରିଲିଜ ଜାରି କରି ବୈଠକ ଡ଼ାକିଛନ୍ତି । ଏହି ବୈଠକରେ ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଚିଠିରେ କୁହାଯାଇଛି ଯେ, ବିଜେଡି କାର୍ଯ୍ୟାଳୟରେ ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟାରେ ବୈଠକ ବସିବାକୁ ଯାଉଛି । ଦଳୀୟ ସଭାପତି ସମସ୍ତ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏବଂ ବିଚାରବିମର୍ଶ କରିବେ । SIR ସଂପର୍କୀତ କାର୍ଯ୍ୟକ୍ରମର ଅନୁପାଳନ, ବ୍ଲକ ଓ ପୌରାଞ୍ଚଳରେ ସାଂଗଠନିକ କମିଟି ଗଠନ ଓ ନିଆଯାଇଥିବା ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ପ୍ରଦାନ କରିବା ନେଇ ଉଲ୍ଲେଖ କରାଯାଇଛି ।


