Breaking PLUSଓଡ଼ିଶାମୁଖ୍ୟ ଖବର
ଆଜିଠୁ ମାଗଣା ଆଇଏଏସ କୋଚିଂ ପାଇଁ ଆବେଦନ ଆରମ୍ଭ
୧୯ ଜୁନ୍ ପର୍ଯ୍ୟନ୍ତ କରିପାରିବେ ରେଜିଷ୍ଟ୍ରେସନ୍

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଥିବା ମାଗଣା ଆଇଏଏସ କୋଚିଂ କାର୍ଯ୍ୟକ୍ରମ ପାଇଁ ଆଜିଠାରୁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ଇଚ୍ଛୁକ ଓ ଯୋଗ୍ୟ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ।
ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆବେଦନର ଶେଷ ତାରିଖ ୧୯ ଜୁନ୍ ଧାର୍ଯ୍ୟ କରାଯାଇଛି। ଆବେଦନ ସମୟରେ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଫି ଜମା କରିବାକୁ ପଡ଼ିବ।
ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ୨୪ ଜୁନ୍ରେ ପ୍ରକାଶ ପାଇବ। ପ୍ରାର୍ଥୀମାନେ ସାମ୍ସ ପୋର୍ଟାଲରୁ ନିଜ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।
ଏହି କୋଚିଂ କାର୍ଯ୍ୟକ୍ରମ ଅଧୀନରେ ଉଚ୍ଚଶିକ୍ଷା ବିଭାଗ ୨୦୦ ଜଣ ଆଶାୟୀ ପ୍ରାର୍ଥୀଙ୍କୁ ମାଗଣା ଆଇଏଏସ ପ୍ରଶିକ୍ଷଣ ପ୍ରଦାନ କରିବ। ଚୟନ ପ୍ରକ୍ରିୟା ପାଇଁ ୨୮ ଜୁନ୍ (ରବିବାର) ପ୍ରବେଶିକା ପରୀକ୍ଷା ଆୟୋଜନ କରାଯିବ।


