Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ବିଜୁ ଜନତା ଦଳକୁ ଆସୁଛନ୍ତି ସୁଜାତା ଆର୍. ପାଣ୍ଡିଆନ୍

ଭୁବନେଶ୍ୱର, 8 ଜୁନ – ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବଡ଼ ବୟାନ । ବିଜେଡ଼ିକୁ ଆସୁଛନ୍ତି ସୁଜାତା ଆର୍. ପାଣ୍ଡିଆନ୍ । ଏହା ଶତ ପ୍ରତିଶତ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ଯେତେ ଜଲ୍ଦି ସେ ଆସିବେ, ଅତ୍ୟନ୍ତ ଖୁସି ହେବୁ । ରେଡ୍ କାରପେଟ୍ରେ ସ୍ଵାଗତ କରିବୁ । ସେ ପଦବୀ ନେବେ ନାହିଁ କି ଉତ୍ତରାଧିକାରୀ ହେବେ ନାହିଁ । ସାଧାରଣ କର୍ମୀ ଭାବେ ଓଡ଼ିଶାର ବିକାଶ ପାଇଁ କାମ କରିବେ ।
ସେ କହିଛନ୍ତି ଯେ, ସମସ୍ତଙ୍କ ଇଚ୍ଛା ସୁଜାତା ଆସନ୍ତୁ, ସେ ସରକାରକୁ ଦୋହଲାଇ ଦେବେ । ବିଜେଡିରେ ଏଣ୍ଟ୍ରି ନେଇ ନବୀନ ରାଜି ଥିଲେ, କିନ୍ତୁ ସୁଜାତା ଅରାଜି ଥିଲେ । ଏବେ ସୁଜାତା ରାଜି ହୋଇଛନ୍ତି ବୋଲି ମନ୍ମଥ ରାଉତରାୟ କହିଛନ୍ତି । ନକାରାତ୍ମକ ପ୍ରଚାର ନେଇ ସୁଜାତାଙ୍କ ମନୋବଳ କମିଛି, ନିଷ୍ପତ୍ତିରେ ବିଳମ୍ବ ହୋଇଛି । ସୁଜାତା ଆସିଲେ କିଛି ଅସନ୍ତୁଷ୍ଟ ହେବେ, କିନ୍ତୁ ବହୁ ଲୋକଙ୍କ ମନୋବଳ ବଢିବ ବୋଲି ସେ କହିଛନ୍ତି ।



