Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ବିଷାକ୍ତ ମଦ ନେଲା ୧୦ ଜୀବନ, ୩ ଗୁରୁତର; ବଢ଼ିପାରେ ମୃତ୍ୟୁସଂଖ୍ୟା

ସାଗର: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଯାଇଛି। ଏହି ଘଟଣାରେ ଆଉ ୩ ଜଣ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ମଦ ପିଇବା ପରେ ହଠାତ୍ ଅସୁସ୍ଥ

ଶନିବାର ରାତିରେ ମଦ ପିଇବା ପରେ ଅନେକ ଲୋକଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ସେମାନଙ୍କର ବାନ୍ତି ହେବା ସହ ଅନ୍ୟାନ୍ୟ ଅସୁସ୍ଥତା ଦେଖାଦେଇଥିଲା। ପରେ ଗୁରୁତରଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।

ହସ୍ପିଟାଲରେ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ

ଘଟଣା ପରେ ବଣ୍ଡା ବିଧାୟକ ବୀରେନ୍ଦ୍ର ସିଂହ, ସାଗର କଲେକ୍ଟର ପ୍ରତିଭା ପାଲ, ଏସ୍‌ପି ଅନୁରାଗ ସୁଜାନିଆ ଏବଂ ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀ ଡା. ଦେବେଶ ପାଟେରିଆଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧି ହସ୍ପିଟାଲରେ ପହଞ୍ଚିଥିଲେ। ଡାକ୍ତରଙ୍କ ସହ ଆଲୋଚନା କରି ଗୁରୁତର ରୋଗୀଙ୍କ ଚିକିତ୍ସା ଓ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସେମାନେ ସୂଚନା ନେଇଥିଲେ।

୫ ଅଞ୍ଚଳରେ ପ୍ରଭାବ, ଆରମ୍ଭ ହେଲା ତଦନ୍ତ

ପାଟଣ, ନୌରାଜଜ, ଦିଲୋନା, ବାମୁରା ଓ ହିନୌଟି ଅଞ୍ଚଳର ଲୋକେ ଏହି ଘଟଣାରେ ପ୍ରଭାବିତ ହୋଇଛନ୍ତି। ବିଷାକ୍ତ ମଦ କେଉଁଠାରୁ ଆସିଥିଲା ଏବଂ ଘଟଣାର ପ୍ରକୃତ କାରଣ କ’ଣ, ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ଏହାସହ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button