Breaking PLUSଦେଶମୁଖ୍ୟ ଖବର

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ୨୫ ଦିନରେ ବୁକ୍ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ: ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗ୍ରାହକଙ୍କ ମଧ୍ୟରେ ରିଫିଲ୍ ବୁକିଂ ବ୍ୟବଧାନରେ ଥିବା ପାର୍ଥକ୍ୟକୁ ହଟାଇଛନ୍ତି କେନ୍ଦ୍ର ସରକାର। ଏଣିକି ସହର କିମ୍ବା ଗାଁ, ସବୁଠାରେ ଘରୋଇ LPG ଗ୍ରାହକ ୨୫ ଦିନ ବ୍ୟବଧାନରେ ରିଫିଲ୍ ବୁକ୍ କରିପାରିବେ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏନେଇ ସୂଚନା ଦେଇଛନ୍ତି। ଏଲପିଜି ଯୋଗାଣ ବ୍ୟବସ୍ଥାରେ ସୁଧାର ଆସିବା ସହ ରିଫିଲ୍ ବ୍ୟାକଲଗ୍‌ କମିଥିବାରୁ ବୁକିଂ ନିୟମରେ ଏହି କୋହଳ କରାଯାଇଥିବା ସେ କହିଛନ୍ତି।

ପୂର୍ବରୁ ସହରାଞ୍ଚଳର ଗ୍ରାହକ ୨୫ ଦିନ ବ୍ୟବଧାନରେ ସିଲିଣ୍ଡର ବୁକ୍ କରିପାରୁଥିବାବେଳେ ଗ୍ରାମାଞ୍ଚଳର ଗ୍ରାହକଙ୍କ ପାଇଁ ଏହି ବ୍ୟବଧାନ ୪୫ ଦିନ ରହିଥିଲା। ଏବେ ଏହି ଦୁଇ ପ୍ରକାର ନିୟମକୁ ଏକ କରାଯାଇଛି।

ଆମେରିକା-ଇରାନ ବିବାଦ ଏବଂ ହରମୁଜ୍ ପ୍ରଣାଳୀରେ ସୃଷ୍ଟି ହୋଇଥିବା ଯୋଗାଣ ଚାପ ଯୋଗୁଁ ଦେଶରେ ଏଲପିଜି ଉପଲବ୍ଧତା ଉପରେ ପ୍ରଭାବ ପଡ଼ିଥିଲା। ଏହାପରେ ରିଫିଲ୍ ବୁକିଂ ଉପରେ କିଛି କଟକଣା ଲାଗୁ ହୋଇଥିଲା। ତେବେ ବର୍ତ୍ତମାନ ଯୋଗାଣ ସ୍ଥିତିରେ ଉନ୍ନତି ଓ ବ୍ୟାକଲଗ୍‌ରେ ହ୍ରାସ ପରେ ଗ୍ରାହକଙ୍କ ସୁବିଧା ପାଇଁ ଏହି ନିୟମ କୋହଳ କରାଯାଇଛି।

Show More

Related Articles

Back to top button