Breaking PLUSଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ମ୍ୟାଗିରେ ପୋକ ଓ କୀଟ ମିଳିଥିବା ଅଭିଯୋଗ, ସ୍ପଷ୍ଟୀକରଣ ଦେଲା ନେସ୍‌ଲେ

ନୂଆଦିଲ୍ଲୀ: ମ୍ୟାଗି ନୁଡୁଲ୍ସର ଗୁଣବତ୍ତାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ମୁମ୍ବାଇର କଲ୍ୟାଣ ଅଞ୍ଚଳର ଜଣେ ଗ୍ରାହକ ମ୍ୟାଗି ପ୍ୟାକେଟ୍‌ରେ ପୋକ ଓ କୀଟ ମିଳିଥିବା ଅଭିଯୋଗ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗ୍ରାହକଙ୍କ ଅନୁଯାୟୀ, ପ୍ୟାକେଟ୍‌ର ମିଆଦ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଥିଲା।

ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ପକ୍ଷରୁ ସମ୍ପୃକ୍ତ ଉତ୍ପାଦର ନମୁନା ସଂଗ୍ରହ କରି ପରୀକ୍ଷା କରାଯିବାକୁ ଦାବି ହୋଇଛି। ତେବେ ଅଭିଯୋଗର ସତ୍ୟତା ଏଯାଏ ସ୍ପଷ୍ଟ ହୋଇନାହିଁ।

ଏନେଇ ନେସ୍‌ଲେ ଇଣ୍ଡିଆ କହିଛି ଯେ, ଗଣମାଧ୍ୟମ ରିପୋର୍ଟରୁ କମ୍ପାନୀ ଘଟଣା ସମ୍ପର୍କରେ ଜାଣିଛି। ଏଯାଏ ଗ୍ରାହକ କିମ୍ବା କୌଣସି କର୍ତ୍ତୃପକ୍ଷ କମ୍ପାନୀ ସହ ଯୋଗାଯୋଗ କରିନାହାନ୍ତି। ତେଣୁ ଏହି ଅଭିଯୋଗର ସତ୍ୟତା ଉପରେ ଏବେ କୌଣସି ମନ୍ତବ୍ୟ ଦେବା ସମ୍ଭବ ନୁହେଁ ବୋଲି ନେସ୍‌ଲେର ମୁଖପାତ୍ର କହିଛନ୍ତି।

କମ୍ପାନୀ ଆହୁରି କହିଛି ଯେ, କଞ୍ଚାମାଲ ସଂଗ୍ରହଠାରୁ ଉତ୍ପାଦନ ଓ ପ୍ୟାକେଜିଂ ପର୍ଯ୍ୟନ୍ତ ଏକାଧିକ ପର୍ଯ୍ୟାୟରେ ଗୁଣବତ୍ତା ଓ ଖାଦ୍ୟ ସୁରକ୍ଷା ଯାଞ୍ଚ କରାଯାଏ। ସମସ୍ତ ଉତ୍ପାଦ ନିର୍ଦ୍ଧାରିତ ସୁରକ୍ଷା ଓ ଗୁଣବତ୍ତା ମାନଦଣ୍ଡ ପାଳନ କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Show More

Related Articles

Back to top button