Breaking PLUSଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ମଣିପୁରରେ ହିଂସା ଉଗ୍ର: କଟାମୁଣ୍ଡ ଫେରାଇବାକୁ ସରକାରଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ୍

ଦୁଇ ଦିନରେ ୧୦ ଜଣଙ୍କ ମୃତ୍ୟୁ, କାଙ୍ଗପୋକପି ଓ କାମଜୋଙ୍ଗରେ କର୍ଫ୍ୟୁ

 

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ଧରୁନି। ରାଜ୍ୟରେ ନାଗା-କୁକି ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ବଢ଼ୁଥିବାବେଳେ କାଙ୍ଗପୋକପି ଜିଲ୍ଲାରେ ୫୨ ବର୍ଷୀୟ ଅଜିନବୋଉ ଆର୍‌ଙ୍କ ହତ୍ୟା ଘଟଣା ପରିସ୍ଥିତିକୁ ଆହୁରି ଜଟିଳ କରିଛି। ତାଙ୍କ କଟାମୁଣ୍ଡ ଫେରାଇବା ଦାବିରେ ନାଗା ସଂଗଠନ ‘ଜଏଣ୍ଟ ଟ୍ରାଇବ୍ସ କାଉନସିଲ୍ ମଣିପୁର’ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ୍ ଦେଇଛି। କଟାମୁଣ୍ଡ ଫେରିବା ପର୍ଯ୍ୟନ୍ତ ମୃତଦେହର ବ୍ୟବଚ୍ଛେଦ କରାଇ ଦିଆଯିବ ନାହିଁ ବୋଲି ସଂଗଠନ ଚେତାବନୀ ଦେଇଛି।

ସୂଚନା ଅନୁଯାୟୀ, ଶନିବାର କାଙ୍ଗପୋକପି ଜିଲ୍ଲାର ମାକୁଇ ଅଶାଙ୍ଗ ଗାଁରେ ଉଗ୍ରବାଦୀଙ୍କ ଆକ୍ରମଣରେ ଅଜିନବୋଉଙ୍କ ମୃତ୍ୟୁ ହୋଇଥିଲା। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଭିଡିଓରେ ଅସ୍ତ୍ରଧାରୀ ବ୍ୟକ୍ତିଙ୍କ ହାତରେ ତାଙ୍କ କଟାମୁଣ୍ଡ ଥିବା ଦେଖାଯାଇଥିବା ଦାବି କରାଯାଇଛି। ମୁଣ୍ଡବିହୀନ ମୃତଦେହକୁ ରବିବାର ରାତିରେ ଇମ୍ଫାଲ୍‌ସ୍ଥିତ ଜବାହରଲାଲ ନେହରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍‌କୁ ନିଆଯାଇଥିଲା।

ଏହି ହିଂସାରେ ଶୁକ୍ରବାର ଓ ଶନିବାର ଦୁଇ ଦିନରେ ୧୦ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ ପାଇଁ କାଙ୍ଗପୋକପି ଓ କାମଜୋଙ୍ଗ ଜିଲ୍ଲାରେ ୨୪ ଘଣ୍ଟିଆ କର୍ଫ୍ୟୁ ଲାଗୁ ହୋଇଛି। ବଜାର ବନ୍ଦ ରହିଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସିଆର୍‌ପିଏଫ୍‌, ଆସାମ ରାଇଫଲ୍ସ, କୋବ୍ରା ବାଟାଲିୟନ୍‌ ଓ ମଣିପୁର ପୁଲିସ କମାଣ୍ଡୋଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

Show More

Related Articles

Back to top button