Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ଜଣଙ୍କ ମୃତ୍ୟୁ

ସ୍ପେନରେ ଦୁଇଟି ଦ୍ରୁତଗାମୀ ଟ୍ରେନ୍‌ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଧକ୍କା ଯୋଗୁଁ ଟ୍ରେନ୍‌ର ଅନେକ ବଗି ଲାଇନଚ୍ୟୁତ ହୋଇପଡ଼ିଛି। ଦୁର୍ଘଟଣା ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ଏବଂ ମାଡ୍ରିଡ୍‌-ଆଣ୍ଡାଲୁସିଆ ହାଇସ୍ପିଡ୍‌ ରେଳପଥରେ ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି।

ସ୍ଥାନୀୟ ସମୟ ସକାଳ ପ୍ରାୟ ୯ଟାରେ ଟୋଲେଡୋ ଅଞ୍ଚଳର ମୋରା ଓ ଓରଗାଜ ନିକଟରେ ଏହି ଘଟଣା ଘଟିଥିଲା। ରେନଫେ ଓ ଇରୟୋ ନାମକ ଦୁଇଟି ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିଲା। ଉଭୟ ଟ୍ରେନ୍‌ ମାଡ୍ରିଡ୍‌-ସେଭିଲ୍‌ ରୁଟ୍‌ରେ ଚଳାଚଳ କରୁଥିଲେ। ଧକ୍କାରେ ଇରୟୋ ଟ୍ରେନ୍‌ର ଅନେକ ବଗି ଲାଇନଚ୍ୟୁତ ହୋଇଥିବାବେଳେ ରେନଫେ ଟ୍ରେନ୍‌ର କିଛି ବଗି ମଧ୍ୟ ଟ୍ରାକ୍‌ରୁ ଖସିଯାଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

 

ସୂଚନା ଅନୁସାରେ, ଇରୟୋ ଟ୍ରେନ୍‌ରେ ଜଣେ ଶିଶୁଙ୍କ ସମେତ ୧୪୭ ଜଣ ଯାତ୍ରୀ ଥିବାବେଳେ ରେନଫେ ଟ୍ରେନ୍‌ରେ ୩୯୭ ଜଣ ଯାତ୍ରୀ ଥିଲେ। ଉଦ୍ଧାରକାରୀ ଦଳ ଓ ଡାକ୍ତରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲକୁ ପଠାଇଥିଲେ। ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି।

ଦୁର୍ଘଟଣାକୁ ନେଇ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ଶୋକ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ କରିବା ସହ ପ୍ରଭାବିତ ଯାତ୍ରୀ ଓ ସେମାନଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଛି।

Show More

Related Articles

Back to top button