Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

କେନ୍ଦୁଝରରେ ଅଘଟଣ: ଜେନେରେଟର ଗ୍ୟାସ୍‌ରେ ୨ ମୃତ, ୩ ଗୁରୁତର

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ସୁଡୁଙ୍ଗ ଗାଁରେ ଅଭାବନୀୟ ଘଟଣା ଘଟିଛି। ଜେନେରେଟରରୁ ନିର୍ଗତ ଗ୍ୟାସ୍‌ରେ ଶ୍ୱାସରୁଦ୍ଧ ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ତିନି ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ମୃତକ ହେଲେ ଗାଁର ରାଜେନ୍ଦ୍ର ସାଆନ୍ତ ଓ ନିତୁ ସାଆନ୍ତ।

ସୂଚନା ଅନୁସାରେ, ଗାଁରେ ଲକ୍ଷ୍ମୀପୂଜା ଚାଲିଥିବାବେଳେ ବିଦ୍ୟୁତ୍‌ ବିଭ୍ରାଟ ହୋଇଥିଲା। ଏହାପରେ ଗତକାଲି ରାତିରେ ପାଞ୍ଚ ଜଣ ଯୁବକ ଗୋଟିଏ ଘରେ ଜେନେରେଟର ଚଳାଇ ଶୋଇଥିଲେ। ଘରର କବାଟ ଓ ଝରକା ବନ୍ଦ ଥିବାରୁ ଜେନେରେଟରରୁ ନିର୍ଗତ ଗ୍ୟାସ୍‌ ଭିତରେ ଜମା ହୋଇଯାଇଥିଲା। ଫଳରେ ସମସ୍ତେ ଶ୍ୱାସରୁଦ୍ଧ ହୋଇପଡ଼ିଥିବା ଜଣାପଡ଼ିଛି।

ସକାଳେ ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ଗ୍ରାମବାସୀ ଘର ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ବାଂଶପାଳ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ରାଜେନ୍ଦ୍ର ଓ ନିତୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଜଗନ୍ନାଥ ଗିରି, ପ୍ରଶାନ୍ତ ଦେହୁରୀ ଓ ନିରଦାଶ ଦେହୁରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଖବର ପାଇ ନୟାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Show More

Related Articles

Back to top button