Breaking PLUSଆଇନ କାନୁନଦେଶମୁଖ୍ୟ ଖବରରାଜନୀତି

ଜାନୁଆରୀ ୨୫ରୁ ଜନସଂଖ୍ୟା ଗଣନା, ୮ ରାଜ୍ୟରେ ପରେ ହେବ

୨୦୨୭ ଜାନୁଆରୀ ୨୫ରୁ ଦେଶରେ ଜନସଂଖ୍ୟା ଗଣନା ଆରମ୍ଭ ହେବ। ଫେବୃଆରୀ ୨୮ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ। ଶୁକ୍ରବାର ଭାରତର ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା କମିସନର ମୃତ୍ୟୁଞ୍ଜୟ କୁମାର ନାରାୟଣ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି।

ଏହି ପର୍ଯ୍ୟାୟରେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବାଦ୍‌ ଦିଆଯାଇଛି। ଏଥିରେ ମଣିପୁର, ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଲଦାଖ, ହିମାଚଳ ପ୍ରଦେଶ ଓ ଜାମ୍ମୁ-କାଶ୍ମୀର ରହିଛି। ଏହି ଅଞ୍ଚଳଗୁଡ଼ିକରେ ପରବର୍ତ୍ତୀ ସମୟରେ ଜନଗଣନା କରାଯିବ।

ଜନଗଣନା ପାଇଁ ୨୦୨୭ ମାର୍ଚ୍ଚ ୧ ତାରିଖ ରାତି ୧୨ଟାକୁ ସନ୍ଦର୍ଭ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ ଜାନୁଆରୀ ୧୦ରୁ ୨୪ ତାରିଖ ମଧ୍ୟରେ ଲୋକେ ନିଜେ ଅନଲାଇନ୍‌ରେ ତଥ୍ୟ ଦାଖଲ କରିପାରିବେ। ଏହାକୁ ସେଲ୍ଫ ଏନୁମେରେସନ୍‌ କୁହାଯାଉଛି। ଘରକୁ ଘର ଯାଇ ଗଣନା ପରେ ମାର୍ଚ୍ଚ ୧ରୁ ୫ ତାରିଖ ଯାଏଁ ସଂଶୋଧନ ପ୍ରକ୍ରିୟା ଚାଲିବ।

ଆସନ୍ତାବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରକୁ ଏହି ପର୍ଯ୍ୟାୟରୁ ବାଦ୍‌ ଦିଆଯାଇଛି। ତୁଷାରପାତ ଯୋଗୁଁ ଜାମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରେ ଗଣନା ପରେ ହେବ। ଲଦାଖରେ ଏହି କାର୍ଯ୍ୟ ଶେଷ ହୋଇସାରିଛି।

ଦେଶର ଅଷ୍ଟମ ଜନଗଣନା ଦୁଇଟି ପର୍ଯ୍ୟାୟରେ ହେଉଛି। ପ୍ରଥମ ପର୍ଯ୍ୟାୟରେ ଘର ଗଣନା ହୋଇଥିବାବେଳେ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହେବ। କୋଭିଡ୍‌ ମହାମାରୀ ଯୋଗୁଁ ୨୦୨୧ରେ ହେବାକୁ ଥିବା ଜନଗଣନା ସ୍ଥଗିତ ରହିଥିଲା।

Show More

Related Articles

Back to top button