Breaking PLUSଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମନୀଷା ମିଶ୍ର

 

ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ବାଲିଆପାଳର ମହିଳା ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ତାଙ୍କୁ ସରକାରୀ ଚାକିରିରୁ ତତ୍କାଳ ବହିଷ୍କାର କରାଯାଇଛି। ପ୍ରୋବେସନ୍‌ରେ ଥିବା ଓଡ଼ିଶା ରାଜସ୍ୱ ସେବା (ORS) ଅଧିକାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗର ଗମ୍ଭୀରତା ଓ ତାଙ୍କ ଆଚରଣ ଜନସ୍ୱାର୍ଥର ପରିପନ୍ଥୀ ହୋଇଥିବା ଦର୍ଶାଇ ଏହି ନିଷ୍ପତ୍ତି ନିଆଯାଇଛି।

ନଭେମ୍ବର ୧୦ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ସୂଚନା ଅନୁଯାୟୀ, ଗତ ନଭେମ୍ବର ୬ରେ ବାଲେଶ୍ୱର ଭିଜିଲାନ୍ସ ଟିମ୍‌ ମନୀଷାଙ୍କୁ ତାଙ୍କ କାର୍ଯ୍ୟାଳୟରେ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା। ପଞ୍ଚରୁଖୀ ଗ୍ରାମର ଜ୍ଞାନରଞ୍ଜନ ପାତ୍ରଙ୍କ ୦.୧୪ ଏକର ଜମି ପଞ୍ଜୀକରଣ ଓ ବିକ୍ରୟ କବଲା ପ୍ରସ୍ତୁତ ପାଇଁ ସେ ଏହି ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଭିଜିଲାନ୍ସ ଯୋଜନାବଦ୍ଧ ଭାବେ ଜାଲ ବିଛାଇ ତାଙ୍କୁ ଧରିଥିଲା।

ଏହି ମାମଲାରେ ନଭେମ୍ବର ୭ରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। କୋର୍ଟ ନଭେମ୍ବର ୨୦ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ମଧ୍ୟ ଯାଞ୍ଚ ଚାଲିଛି।

Show More

Related Articles

Back to top button