Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତି

‘କ୍ଷମତା ସହ ଦାୟିତ୍ୱ ମଧ୍ୟ ଆସେ’, ବିଧାୟକଙ୍କୁ ପରାମର୍ଶ ଦେଲେ ଉପରାଷ୍ଟ୍ରପତି

‘ଶ୍ରୀଜଗନ୍ନାଥଙ୍କ ମାଟିରେ ଛିଡ଼ା ହେବା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। କ୍ଷମତା ସହିତ ଦାୟିତ୍ୱ ମଧ୍ୟ ମିଳିଥାଏ। ଏହାକୁ ହୃଦୟଙ୍ଗମ କରି ବିଧାୟକମାନେ ଆଗକୁ ବଢ଼ିବା ଉଚିତ।’ ଭୁବନେଶ୍ୱରରେ ୧୭ତମ ଓଡ଼ିଶା ବିଧାନସଭାର ସଦସ୍ୟଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଏଭଳି କହିଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ‘ଜୟ ଜଗନ୍ନାଥ’ କହି ଓଡ଼ିଆରେ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ସେ।

ଉପରାଷ୍ଟ୍ରପତି କହିଥିଲେ, ଚଳିତ ବିଧାନସଭାକୁ ୮୨ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ବିଧାୟକ ଆସିଛନ୍ତି। ଏହା ଯୁବ ନେତୃତ୍ୱ ଓ ଅଭିଜ୍ଞତାର ଏକ ସୁନ୍ଦର ସମନ୍ୱୟ। ନିଜ ନିର୍ବାଚନମଣ୍ଡଳୀର ଭୋଟରଙ୍କ ବିଶ୍ୱାସ ଓ ଭରସା ବଜାୟ ରଖିବାକୁ ସେ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ।

ଅଭିଭାଷଣରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ତାମିଲନାଡ଼ୁର ନେତା କେ. କାମରାଜଙ୍କ ସହ ତୁଳନା କରିଥିଲେ। ଉଭୟ ନିଜ ନିଜ ରାଜ୍ୟରେ ବଳିଷ୍ଠ ନେତୃତ୍ୱର ଉଦାହରଣ ବୋଲି କହିଥିଲେ।

ଦେଶକୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମହିଳାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ବିଧାୟକମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ବିଧାନସଭାର ଗୃହକାର୍ଯ୍ୟକୁ ହାଲୁକା ଭାବେ ନ ନେବା ସହ ବିଭିନ୍ନ ଷ୍ଟାଣ୍ଡିଂ କମିଟିରେ ସକ୍ରିୟ ଭାବେ ଭାଗ ନେବାକୁ ସେ ବିଧାୟକମାନଙ୍କୁ ଆହ୍ୱାନ ଦେଇଥିଲେ।

Show More

Related Articles

Back to top button