Breaking PLUSଆଇନ କାନୁନଦେଶନିଯୁକ୍ତିମୁଖ୍ୟ ଖବରସ୍ୱତନ୍ତ୍ର

ଅଗ୍ନିବୀରଙ୍କୁ ୬ ବର୍ଷ ପରେ ସ୍ଥାୟୀ ନିଯୁକ୍ତିର ସୁଯୋଗ

ଅଗ୍ନିପଥ ଯୋଜନାରେ ପରିବର୍ତ୍ତନ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଏନ୍‌.ଏସ୍‌. ରାଜା ସୁବ୍ରମଣି। ତାଙ୍କ କହିବା ଅନୁସାରେ, ଚାରି ବର୍ଷର ସେବା ଶେଷରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ନିୟମିତ ସୈନିକ ଭାବେ ଚୟନ କରାଯିବ। ଅବଶିଷ୍ଟ ୭୫ ପ୍ରତିଶତଙ୍କ କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବୃଦ୍ଧି କରାଯିବ। ଏହି ଛଅ ବର୍ଷର ଅବଧି ପରେ ସେମାନଙ୍କୁ ମଧ୍ୟ ସ୍ଥାୟୀ ନିଯୁକ୍ତି ମିଳିବାର ସୁଯୋଗ ରହିବ। ଚାହିଁଲେ ଅଗ୍ନିବୀରମାନେ ଚାରି କିମ୍ବା ଛଅ ବର୍ଷ ପରେ ଅବସର ନେଇପାରିବେ।

ନୂଆ ପରିବର୍ତ୍ତନକୁ ଯୋଜନାରୁ ଓହରିବା ବା ‘ୟୁ-ଟର୍ଣ୍ଣ’ ବୋଲି କହିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଯୋଜନାକୁ ସମୟ ସମୟରେ ସମୀକ୍ଷା କରିବାର ବ୍ୟବସ୍ଥା ଆରମ୍ଭରୁ ରହିଥିଲା। ନ୍ୟାସନାଲ ସିକ୍ୟୁରିଟି କନଫରେନ୍ସ ୩.୦ରେ ଉଦ୍‌ବୋଧନ ଦେଇ ସେ ଯୋଜନାର ପ୍ରଥମ ପର୍ଯ୍ୟାୟକୁ ବିରୋଧ କରିଥିବା ଏବଂ ଏବେ ପରିବର୍ତ୍ତନକୁ ମଧ୍ୟ ବିରୋଧ କରୁଥିବା ଲୋକଙ୍କୁ ସମାଲୋଚନା କରିଥିଲେ।

Show More

Related Articles

Back to top button