Breaking PLUSଦେଶମୁଖ୍ୟ ଖବରରାଜନୀତି

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଦବଦବା, ବିଜେପିକୁ ଝଟକା

 

ଜୟପୁର: ରାଜସ୍ଥାନର ପଞ୍ଚାୟତ ନିର୍ବାଚନ ଫଳାଫଳରେ ଶାସକ ବିଜେପିକୁ ପଛରେ ପକାଇଛି କଂଗ୍ରେସ। ଅଧିକାଂଶ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଆସନରେ କଂଗ୍ରେସ ଆଗୁଆ ରହିଥିବା ବେଳେ ଏହାକୁ ଦଳ ପାଇଁ ବଡ଼ ସଫଳତା ବୋଲି ଦେଖାଯାଉଛି।

ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, କଂଗ୍ରେସ ୨,୪୬୩ଟି ପଞ୍ଚାୟତ ସମିତି ଆସନ ଓ ୬୬ଟି ଜିଲ୍ଲା ପରିଷଦ ଆସନ ଜିତିଛି। ଅନ୍ୟପକ୍ଷରେ ବିଜେପିକୁ ୧,୫୧୨ଟି ପଞ୍ଚାୟତ ସମିତି ଓ ୨୫ଟି ଜିଲ୍ଲା ପରିଷଦ ଆସନ ମିଳିଛି। ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଭାରତ ଆଦିବାସୀ ପାର୍ଟି ଓ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ କେତେକ ଆସନରେ ସଫଳତା ପାଇଛନ୍ତି।

ଚିତ୍ତୋରଗଡ଼, ସିରୋହି, ରାଜସମନ୍ଦ ଓ ଜାଲୋର ଭଳି ଅଞ୍ଚଳରେ ବିଜେପିକୁ ଝଟକା ଲାଗିଥିବା ବେଳେ ଜୟପୁର, ଯୋଧପୁର, ବିକାନେର ଓ ଭିଲୱାଡ଼ାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ନିର୍ବାଚନମଣ୍ଡଳୀ ସାଙ୍ଗାନେରରେ ଆରଏଲପି ବିଜୟୀ ହୋଇଛି। କିଛି ଅଞ୍ଚଳରେ ବିଜେପିର ମନ୍ତ୍ରୀ ଓ ନେତାଙ୍କ ପରିବାର ସଦସ୍ୟ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛନ୍ତି। ତେବେ କୋଟା, ବାରାନ, କରୌଲି ଓ ଶ୍ରୀଗଙ୍ଗାନଗରର ଗଣତି ଶେଷ ହୋଇନାହିଁ।

Show More

Related Articles

Back to top button