ସ୍ୱାସ୍ଥ୍ୟ
କଞ୍ଚାଲଙ୍କା ଖାଇବାକୁ ପସନ୍ଦ କରୁଛନ୍ତି କି : ଜାଣନ୍ତୁ ଏହାର ପାର୍ଶ୍ଵ ପ୍ରତିକ୍ରିୟା
କଞ୍ଚାଲଙ୍କା ଖାଇବାର ଅଭ୍ୟାସ ଅନେକ ଲୋକ ମାନଙ୍କର ରହିଛି l ଲଙ୍କା ଖାଇବା ଦ୍ୱାରା ଖାଦ୍ୟର ସ୍ୱାଦ ଅଧିକ ବଢି ଯାଇଥାଏ ବୋଲି କେତେକ ଲୋକ ମତ ଦେଇ ଥାନ୍ତି l କିନ୍ତୁ ଅଧିକ ଲଙ୍କା ଖାଇବା ଦ୍ୱାରା ଆପଣ ହୁଏତ ରୋଗ ଗ୍ରସ୍ତ ହୋଇ ପାରନ୍ତି l ଏହାର ଖରାପ ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିପାରେ
ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଗବେଷଣା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଦର୍ଶା ଯାଇଛି ଯେ ଅଧିକ କଞ୍ଚାଲଙ୍କା ଖାଇବା ଦ୍ୱାରା କଣ କ୍ଷତି ହୋଇଥାଏ l
କଞ୍ଚାଲଙ୍କା ଖାଇବାର କ୍ଷତି କଣ –
* କଞ୍ଚାଲଙ୍କାରେ କେପ୍ସଇସିନ ରହିଛି ଯାହା ଆପଣଙ୍କ ପେଟର ଗରମକୁ ବଢ଼ାଇ ଦେଇଥାଏ l ଏହା ଦ୍ୱାରା ପେଟ ସମ୍ବଧିତ ଆପଣଙ୍କର ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇପରେ l
* କଞ୍ଚାଲଙ୍କାରେ ଅଧିକ ଫାଇବର ରହିଥିବା ହେତୁ ଡ଼ାଇରିଆର କାରଣ ହୋଇ ପରେ l
* ଏଥିରେ ଥିବା ଅଣ୍ଟିଆକ୍ସିଡେଣ୍ଟ ଅଲ୍ସରର ସମ୍ଭାବନାକୁ ବଢ଼ାଇ ଦେଇଥାଏ l
*କଞ୍ଚାଲଙ୍କା ଅଧିକ ସେବନ କରିବା ଦ୍ୱାରା ମଧୁମେହ ସାମାନ୍ୟରୁ ତଳକୁ ଖସି ଆସେ l
* କଞ୍ଚାଲଙ୍କା ଅଧିକ ଖାଇବା ଦ୍ୱାରା ଅର୍ଶ ରୋଗରେ ପୀଡିତ ବ୍ୟକ୍ତିର ସମସ୍ୟା ବଢି ଯାଇଥାଏ l
* କଞ୍ଚାଲଙ୍କା ଅଧିକ ସେବନ କଲେ ତ୍ୱଚା ସମ୍ବଧୀୟ ସମସ୍ୟା ଦେଖା ଦେଇଥାଏ l
କଞ୍ଚାଲଙ୍କା କ୍ଷତିକାରକ ହେବା ସହିତ ଲାଭ ଦାୟକ ମଧ୍ୟ ଅଟେ l ଯେପରିକି ହୃତ୍ପିଣ୍ଡ ସୁସ୍ଥ ରହିଥାଏ ,ଓଜନ ନିୟନ୍ତ୍ରିତ ରହିଥାଏ ,ଉଚ ରକ୍ତଚାପ ପାଇଁ ମଧ୍ୟ ଲାଭ ଦାୟକ ଅଟେ l