
ନିର୍ମାଣାଧୀନ ପୋଲ ତଳକୁ ଖସିପଡ଼ିଲା ବାଇକ୍। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋର ରାଣୀତାଲ-କୁପାରୀ ରାସ୍ତା ଚନ୍ଦନପୁର ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଡା ଗାଁର ଶୁଭାଶିଷ ରାୟ ଓ ଦୁଃଖିରାମ ମହାନ୍ତି ଜଳଙ୍ଗ ତେଲ ଟାଙ୍କିରୁ ତେଲ ପକାଇ ଫେରୁଥିଲେ । ହଠାତ୍ ଏହି ସମୟରେ ପୋଲ ପାଇଁ ଖୋଳାଯାଇଥିବା ଗାତରେ ଖସିପଡିଥିଲେ । ସ୍ଥାନୀୟ ଲୋକେ ଓ ଅଡା ଦମକଳ ବାହିନୀ ଖଵର ପାଇ ଉଦ୍ଧାର କରିଥିଲେ। ପ୍ରଥମେ ସିମୁଳିଆ ପରେ ଭଦ୍ରକ ମେଡିକାଲ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହି ପୋଲ ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସାଧାରଣରେ ଭୟ ସୃଷ୍ଟି ହେଉଛି । ଦୀର୍ଘ ଦିନ ହେବ ନିର୍ମାଣଧୀନ ପୋଲ କାର୍ଯ୍ୟ ଶୀଘ୍ର ସାରିଵାକୁ ସାଧାରଣରେ ଦାବି ହେଉଛି ।

