Breaking PLUSଦେଶ ବିଦେଶମୁଖ୍ୟ ଖବର

ଆସନ୍ତା ମାସରେ ମହାକାଶ ଯିବେ ଆମାଜନ ମୁଖ୍ୟ ଜେଫ ବେଜୋସ

ଆମାଜନ ପ୍ରତିଷ୍ଠାତା ତଥା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଜେଫ ବେଜୋସ ମହାକାଶ ଯାତ୍ରା କରିବେ। ସେ ଆସନ୍ତା ଜୁଲାଇ ମାସ ୨୦ରେ ମହାକାଶ ଯିବେ। ତାଙ୍କ ସହିତ ତାଙ୍କ ଭାଇ ମାର୍କ ମଧ୍ୟ ମହାକାଶ ଯାତ୍ରା କରିବେ।

ଆମାଜନ ପ୍ରତିଷ୍ଠାତା ତଥା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଜେଫ ବେଜୋସ ମହାକାଶ ଯାତ୍ରା କରିବେ। ସେ ଆସନ୍ତା ଜୁଲାଇ ମାସ ୨୦ରେ ମହାକାଶ ଯିବେ। ତାଙ୍କ ସହିତ ତାଙ୍କ ଭାଇ ମାର୍କ ମଧ୍ୟ ମହାକାଶ ଯାତ୍ରା କରିବେ।

ଆସନ୍ତା ମାସରେ ତାଙ୍କ ରକେଟ କମ୍ପାନୀ ବ୍ଲୁ ଅରିଜିନ୍‌ରୁ ପ୍ରଥମ କ୍ରୁଡ୍ ସ୍ପେସ୍ ବିମାନରେ ସେ ମହାକାଶକୁ ଯିବେ ବୋଲି କହିଛନ୍ତି ଜେଫ ବେଜୋସ। ତେବେ ସୂଚନା ଅନୁଯାୟୀ ସେ ଜୁଲାଇ ୫ ରେ ଆମାଜନର ମୁଖ୍ୟ ପଦରୁ ଇସ୍ତଫା ଦେବେ।

ଏ ନେଇ ସେ କହିଛନ୍ତି ଯେ “ମୁଁ ପାଞ୍ଚ ବର୍ଷ ବୟସରୁ ମହାକାଶକୁ ଯାତ୍ରା କରିବାର ସ୍ୱପ୍ନ ଦେଖିଥିଲି। ଜୁଲାଇ ୨୦ ରେ, ମୁଁ ମୋର ଭାଇଙ୍କ ସହ ସେହି ଯାତ୍ରା କରିବି। ଏ ନେଇ ସେ ଇନଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

Show More

Related Articles

Back to top button