ଅନୁଭବ-ବର୍ଷା ବିବାଦ ମାମଲା : ଆଜି ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ
କଟକ : ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲାରେ ଆଜି ବର୍ଷା ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଛନ୍ତି। କଟକ ପାରିବାରିକ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର କରିଥିବା ନିଜ ଆବେଦନକୁ ପ୍ରତ୍ୟାହାର କରିଛନ୍ତି ବର୍ଷା ପ୍ରିୟଦର୍ଶନୀ। କଟକ ପାରିବାରିକ ଅଦାଲତରେ ଅନୁଭବଙ୍କ ସାନି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ। ତେବେ ଅନୁଭବଙ୍କ ସାକ୍ଷ୍ୟଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ଫ୍ୟାମିଲି କୋର୍ଟ ବର୍ଷାଙ୍କ ଆବେଦନକୁ ଗତ ୧୬ ତାରିଖରେ ଖାରଜ କରିଦେଇଥିଲେ। ଫ୍ୟାମିଲି କୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଅନ୍ୟପଟେ ବର୍ଷା ଖୁବ୍ ଶୀଘ୍ର ଶାଶୁଘର ଛାଡ଼ିବେ ବୋଲି କୁହାଯାଉଛି । ଏନେଇ ସେ କୋର୍ଟଙ୍କୁ ଜଣାଇସାରିଛନ୍ତି । SDJM କୋର୍ଟ ଦେଇଥିବା ନିଷ୍ପତ୍ତି କାଏମ ରହିଛି । ପୂର୍ବରୁ ଏନେଇ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଥିଲେ SDJM । ବର୍ଷା ଶାଶୁଘର ଛାଡ଼ିବା ଲାଗି ଅନୁଭବଙ୍କ ଆବେଦନ ଗ୍ରହଣ ହୋଇଥିଲା । ବର୍ଷା ଅନ୍ୟତ୍ର ରହିବା ପାଇଁ ଘରଭଡ଼ା ଦେବାକୁ କହିଥିଲେ କୋର୍ଟ । ମାସିକ ୩୦ ହଜାର ଟଙ୍କା ଘରଭଡ଼ା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।