ଆଇନ କାନୁନଓଡ଼ିଶାମୁଖ୍ୟ ଖବରସେଲିବ୍ରିଟି

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା : ବର୍ଷାଙ୍କୁ ଅନୁଭବଙ୍କ ପ୍ରଶ୍ନ

କଟକ : ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଆସିଛି ଏକ ନୂଆ ମୋଡ । କିଛି ଦିନର ନୀରବତା ପରେ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପ୍‌ରେ ଶୁଭୁଥିବା ସ୍ୱର କାହାର ବୋଲି ଟ୍ୱିଟରରେ ସଫା ସଫା ପ୍ରଶ୍ନ ପଚାରିଛନ୍ତି ଅନୁଭବ। ହେଲେ ବର୍ଷାଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନି। ଉଭୟ ଅନୁଭବ ଓ ବର୍ଷା ପ୍ରିୟଦର୍ଶୀନିଙ୍କ ଦାମ୍ପତ୍ୟ କଳି ଦିନକୁ ଦିନ ବିବାଦୀୟ ମୋଡ଼ ନେବାରୁ କେହି କାହାକୁ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ହେଲେ କୋର୍ଟଙ୍କ କଡ଼ା ନିୟମ ବି କାମ ଦେଲାନି। କିଛି ଦିନର ନୀରବତା ପରେ ପୁଣି ଥରେ ସୋଶିଆଲ ମିଡିଆରେ ଆକ୍ଟିଭ ହୋଇଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୱିଟରର ସିଧାସଳଖ ପ୍ରଶ୍ନ ପଚାରିଛନ୍ତି।ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପ୍‌କୁ ନିଜ ଟୁଇଟ୍‌ର ପେଜରେ ପୋଷ୍ଟ କରିଛନ୍ତି ଅନୁଭବ । ତେଣୁ ଏଥିରେ ଥିବା ସ୍ୱର ବର୍ଷା ଏବଂ ତାଙ୍କ ଭଉଣୀଙ୍କର କି ବୋଲି ତାହା ସ୍ପଷ୍ଟ କରନ୍ତୁ ବୋଲି ଅନୁଭବ ଲେଖିଛନ୍ତି । ଏହାକୁ ନେଇ  ଫିଲ୍ମ ଓ ରାଜନୀତି କ୍ଷେତ୍ରର ବହୁ ବ୍ୟକ୍ତି ଅନେକ ପ୍ରଶ୍ନ ପଚାରୁଥିବା ଦର୍ଶାଇ ଏହାର ଉତ୍ତର ଆଶା କରିଛନ୍ତି ଅନୁଭବ । ଅନୁଭବ ଆହୁରି ଟୁଇଟ୍‌ରେ ଲେଖିଛନ୍ତି, ଏପରି କରି ବର୍ଷାଙ୍କୁ ଆଘାତ ଦେବା କିମ୍ବା ପ୍ରତିଛବିକୁ ମଳିନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ ବର୍ଷାଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି । କିନ୍ତୁ ବହୁବାର ଅପମାନିତ ଓ ନିର୍ଯାତିତ ହେବା ପରେ ସେ ଟୁଇଟ୍ କରି ଏପରି ପ୍ରଶ୍ନ ପଚାରିବାକୁ ବାଧ୍ୟ ହେଉଛନ୍ତି । ଆଉ ଏଭଳି ଅପମାନ ଦ୍ୱାରା ସେ ଏବଂ ତାଙ୍କ ପୁରା ପରିବାର ମାନସିକ ଓ ଶାରୀରିକ ଭାବେ ପ୍ରଭାବିତ ହୋଇଥିବା ଅନୁଭବ ନିଜ ଟ୍ୱିଟରେ ଦର୍ଶେଇଛନ୍ତି । ଶେଷରେ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟ୍ୱିଟ୍, କୌଣସି ଅପରାଧ ନୁହେଁ ବୋଲି ଅନୁଭବ ଲେଖିଛନ୍ତି । ତେବେ ଏନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ  ।

 

Show More

Related Articles

Back to top button