Breaking PLUSଦେଶ ବିଦେଶମୁଖ୍ୟ ଖବର
ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା

ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା ସେନାମୁଖ୍ୟ ଆର. ଜର୍ଜଙ୍କୁ ବିଦାକଲେ ପ୍ରତିରକ୍ଷା ସଚିବ ପିଟର ହେଗସେଥ କ୍ରିଷ୍ଟୋଫର ଲାନିଭ ନୂତନ ସେନାମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ ।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା।ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ କହିଛନ୍ତି। କ୍ରିଷ୍ଟୋଫର ଲାନିଭ ନୂତନ ସେନାମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବେ। ପେଣ୍ଟାଗନ ନିଶ୍ଚିତ କରିଛି ଯେ. ପ୍ରତିରକ୍ଷା ସଚିବ ସେନାର ସର୍ବୋଚ୍ଚ ପଦାଧିକାରୀଙ୍କୁ ପଦ ଛାଡିବାକୁ କହିଛନ୍ତି। ତାଙ୍କୁ ହଟାଇବାର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ।



