Breaking PLUSଓଡ଼ିଶାମୁଖ୍ୟ ଖବର
ବ୍ରହ୍ମପୁର ରେଳଷ୍ଟେସନ୍ରେ ଆଦିବାସୀଙ୍କ ବଡ଼ ମେଳି

ଭୁବନେଶ୍ୱର, 22 ମେ- ବ୍ରହ୍ମପୁର ରେଳଷ୍ଟେସନ୍ରେ ଆଦିବାସୀଙ୍କ ବଡ଼ ମେଳି । ସ୍ୱତନ୍ତ୍ର ଟ୍ରେନ୍ରେ ବ୍ରହ୍ମପୁରରୁ ଦିଲ୍ଲୀ ଯିବା ପାଇଁ ଏକାଠି ହୋଇଛନ୍ତି ଶହଶହ ଆଦିବାସୀ ।
ପ୍ରାୟ ୧୫୦୦ରୁ ଅଧିକ ଆଦିବାସୀ ନୂଆଦିଲ୍ଲୀ ଅଭିମୁଖେ ଯିବା ପାଇଁ ଏକାଠି ହୋଇଛନ୍ତି । ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଦିଲ୍ଲୀ ବାହାରିଛନ୍ତି ଆଦିବାସୀ । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ଶତାଧିକ ଆଦିବାସୀ ସାମିଲ ହୋଇଛନ୍ତି । ଜନଜାତି ସାଂସ୍କୃତିକ ସମାଗମ ପକ୍ଷରୁ ଦିଲ୍ଲୀରେ ହେବ କାର୍ଯ୍ୟକ୍ରମ । ଆସନ୍ତା ୨୪ରେ ଆଦିବାସୀଙ୍କୁ ସମ୍ବୋଧିତ କରିବେ ଅମିତ୍ ଶାହ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।



