Breaking PLUSଓଡ଼ିଶାମୁଖ୍ୟ ଖବର

ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଲଡ଼କାପଲ୍ଲୀ ଛକରେ ଦୁର୍ଘଟଣା, 6 ମୃତ

ବ୍ରହ୍ମପୁର, 22 ମେ- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଲଡ଼କାପଲ୍ଲୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ବସ୍। ଦୁର୍ଘଟଣାରେ ଅଟୋରେ ଯାଉଥିବା ୬ ଜଣ ଯାତ୍ରୀଙ୍କ  ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଦୁର୍ଘଟଣାରେ 3 ଗୁରୁତରଙ୍କୁ ଉଦ୍ଧାର କରି କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ପୁରୁଷୋତ୍ତମପୁର ଥାନା ଲଡକାପଲ୍ଲୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ। ଘଟଣା ପରେ ବସ୍ ଫେରାର ହୋଇଯାଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button