Breaking PLUSଓଡ଼ିଶାମୁଖ୍ୟ ଖବର
ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ପଞ୍ଚାୟତ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ୨ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ପଞ୍ଚାୟତ ଅଫିସ ପାଖରେ ଥିବା ଏକ ଘରୋଇ ଏକ ଘରୋଇ କଲେଜରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। କଲେଜ ପଞ୍ଚମ ମହଲାରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି।