Breaking PLUSଓଡ଼ିଶାବାଣିଜ୍ୟମୁଖ୍ୟ ଖବର

ସିଟି ଗ୍ୟାସ୍ ନୀତି ଆଣିବ ଓଡିଶା

ପରିଶୁଧ୍ଧ ଶକ୍ତି ବ୍ୟବହାରକୁ ବଢ଼ାଇବା ଓ ସୁସ୍ଥାୟୀ ସହର ଉନ୍ନୟନକୁ ଗତି ଦେବା ପାଇଁ ଓଡିଶା ସରକାର ସିଟି ଗ୍ୟାସ୍ ବିତରଣ ନୀତି ଆଣିବାକୁ ପ୍ରସ୍ତୁତି ନେଇଛନ୍ତି।
ଏନେଇ ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ବିଭିନ୍ନ ସହରରେ ଗ୍ୟାସ୍ ବିତରଣ ବ୍ୟବସ୍ଥା ବିସ୍ତାର ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ପ୍ରସ୍ତାବିତ ନୀତିରେ ଅନୁମତି ପ୍ରକ୍ରିୟାକୁ ସରଳ କରିବା, ଲାଇସେନ୍ସ ଶୁଳ୍କକୁ ସମନ୍ୱୟ କରିବା ଓ ସିଙ୍ଗଲ୍‌-ୱିଣ୍ଡୋ ବ୍ୟବସ୍ଥା ଆଣିବାକୁ ଗୁରୁତ୍ୱ ଦିଆଯାଇଛି। ଏହା ଫଳରେ ପ୍ରକଳ୍ପ କାର୍ଯ୍ୟାନ୍ବୟ ତ୍ୱରାନ୍ୱିତ ହେବ।
ଗେଲ୍ ଓ ଆଇଓସିଏଲ୍ ସହ ସମନ୍ୱୟରେ ଏହି ପ୍ରକଳ୍ପକୁ କାର୍ଯ୍ୟକରିତ କରାଯିବା ଯୋଜନା ରହିଛି, ଯାହା ଟେକ୍ନିକାଲ୍ ଦକ୍ଷତାକୁ ଉପଯୋଗ କରି କାମକୁ ସୁଚାରୁ ଭାବେ ଆଗେଇ ନେବ।
ଏହି ନୀତି ଲାଗୁ ହେଲେ ପରିଶୁଧ୍ଧ ଶକ୍ତି ବ୍ୟବହାର ବୃଦ୍ଧି ପାଇବା ସହ ସହର ଉନ୍ନୟନକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button