Breaking PLUSଅପରାଧଆଇନ କାନୁନଦେଶମୁଖ୍ୟ ଖବରରାଜନୀତି

କୋର୍ଟରୁ ମୁକୁଳିଲେ ସିଜେପିର ୩ ନେତା

ଧ୍ରୁବ ରାଠୀ ମଧ୍ୟ ମୁକ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ ଜନ୍ତର ମନ୍ତରଠାରେ ପ୍ରସ୍ତାବିତ ପ୍ରତିବାଦ ପୂର୍ବରୁ ଅଟକ ରଖାଯାଇଥିବା କ୍ରୋକୋଡାଇଲ୍ ଜନତା ପାର୍ଟି (ସିଜେପି)ର ତିନି ନେତା ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କା କୋର୍ଟଙ୍କ ନିର୍ଦ୍ଦେଶରେ ମୁକୁଳିଛନ୍ତି। ଏଥିସହ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ମଧ୍ୟ ଗୁରୁଗ୍ରାମ ପୁଲିସ ମୁକ୍ତ କରିଥିବା ସୂଚନା ମିଳିଛି।

ଦିଲ୍ଲୀ ପୁଲିସ ଅନୁଯାୟୀ, ଶନିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତିନି ନେତାଙ୍କୁ ଅଟକ ରଖାଯାଇଥିଲା। ପରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌)ର ଧାରା ୧୨୬ ଓ ୧୭୦ ଅନୁଯାୟୀ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେମାନଙ୍କୁ ଗିରଫ କରାଯାଇଥିଲା। ରବିବାର ସେମାନଙ୍କୁ ଦିଲ୍ଲୀ କ୍ୟାଣ୍ଟର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଥିଲା।

ଶାନ୍ତି ବଜାୟ ରଖିବା ଓ ଉତ୍ତମ ଆଚରଣ ପାଇଁ ଏକ ବର୍ଷ ନିମନ୍ତେ ୫୦ ହଜାର ଟଙ୍କାର ଜାମିନ ବଣ୍ଡ ଦାଖଲ କରିବା ପରେ ମାଜିଷ୍ଟ୍ରେଟ୍‌ ସେମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅକ୍ଟୋବର ୧୦ରେ ଜନ୍ତର ମନ୍ତରଠାରେ ହେବାକୁ ଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ପୁଲିସ ଏହି ପଦକ୍ଷେପ ନେଇଥିଲା। ତେବେ ଘଟଣାକୁ ନେଇ ରାଜଧାନୀରେ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି।

Show More

Related Articles

Back to top button