Breaking PLUSଆଇନ କାନୁନଦେଶମୁଖ୍ୟ ଖବରରାଜନୀତି

ମୁଖ୍ୟ ନିର୍ବାଚନ କମିସନରଙ୍କୁ ହଟାଇବା ପାଇଁ କେରଳମ୍ ବିଧାନସଭାରେ ପ୍ରସ୍ତାବ

ତିରୁଅନନ୍ତପୁରମ୍: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାରିତାକୁ ନେଇ ବିବାଦ ମଧ୍ୟରେ କେରଳମ୍ ବିଧାନସଭାରେ ତାଙ୍କୁ ପଦରୁ ହଟାଇବା ସମ୍ପର୍କିତ ଏକ ପ୍ରସ୍ତାବ ପାରିତ ହୋଇଥିବା ଖବର ମିଳିଛି। ଏଥିସହ ନିର୍ବାଚନ କମିସନର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ କଥିତ ଅନିୟମିତତାର ସମାଧାନ ପାଇଁ ଦାବି କରାଯାଇଛି।

ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଦେଶର ପ୍ରଧାନ ବିଚାରପତିଙ୍କୁ ନେଇ ଏକ ନୂତନ ନିର୍ବାଚନ କମିସନ ଚୟନ କମିଟି ଗଠନ କରିବାକୁ ଦାବି ଉଠିଛି। ଭୋଟର ତାଲିକାରେ ପରିବର୍ତ୍ତନ, ଯୋଗ୍ୟ ଭୋଟରଙ୍କୁ ବାଦ୍‌ ଦେବା ଏବଂ ନିର୍ବାଚନ କମିସନଙ୍କ ନିରପେକ୍ଷତା ନେଇ ଉଠିଥିବା ପ୍ରଶ୍ନକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କେରଳମ୍‌ର ମୁଖ୍ୟମନ୍ତ୍ରୀ ଭି.ଡି. ସତୀସନ୍ କହିଛନ୍ତି।

ସେ କହିଛନ୍ତି, ଭୋଟ ଦେବାର ଅଧିକାର ଗଣତନ୍ତ୍ରର ମୂଳଦୁଆ। ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ସହ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ନିର୍ବାଚନୀ ସଂସ୍ଥାଗୁଡ଼ିକର ସ୍ୱାଧୀନତା ଓ ବିଶ୍ୱସନୀୟତା ନିଶ୍ଚିତ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ଅନ୍ୟପଟେ, ଦିଲ୍ଲୀର ଜନ୍ତରମନ୍ତରରେ ପ୍ରତିବାଦ କରିବାକୁ ଯାଇଥିବା କେରଳମ୍‌ର ବିରୋଧୀ ଦଳ ନେତା ପିନାରାଇ ବିଜୟନଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୧୦ରେ କକରୋଚ୍ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ ଘୋଷଣା ପରେ ସେ ଅନ୍ୟ ସିପିଆଇ(ଏମ୍‌) ନେତାଙ୍କ ସହ ନୂଆଦିଲ୍ଲୀର କେରଳମ୍ ହାଉସ ନିକଟରେ ପ୍ରତିବାଦ କରିଥିଲେ। ତାଙ୍କୁ ଅଟକ ରଖାଯିବା ଘଟଣାକୁ କେରଳମ୍‌ର ମୁଖ୍ୟମନ୍ତ୍ରୀ ନିନ୍ଦା କରିଛନ୍ତି।

Show More

Related Articles

Back to top button