Breaking PLUSଓଡ଼ିଶାମୁଖ୍ୟ ଖବର

ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର- ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି। ଶିକ୍ଷାନୁଷ୍ଠାନରେ ବିଜେପି ନେତା ଓ କର୍ମୀଙ୍କ ବୈଠକକୁ ନେଇ ଫେରାଦ ହୋଇଛି । ବିଜେପି ନିର୍ବାଚନ ଆଚରଣବିଧିକୁ ଉଲ୍ଲଂଘନ କରିବା ଅଭିଯୋଗ କରିଛି ।

ବିଜେଡି ପକ୍ଷରୁ କୁହାଯାଇଛି ଯେ, ମନ୍ତ୍ରୀ ଗତ ୨୦ ତାରିଖରେ ଗୋପୀନାଥ ଜିଏନଏମ ନର୍ସିଂ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ଏକ ରାଜନୈତିକ ସଭାରେ ସାମିଲ ହୋଇ ଉଦବୋଧନ ଦେଇଛନ୍ତି। ସେ ନୂଆପଡ଼ା ବିଧାନସଭା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ସକ୍ରିୟ ଭାବେ ପ୍ରଚାର କରିଛନ୍ତି। ଯଦିଓ ଏହି ସଭା ଗଣ୍ଡ ସମାଜ ପକ୍ଷରୁ ଆୟୋଜନ କରାଯାଇଥିଲା, ଏହାର ବିଷୟବସ୍ତୁ ଏବଂ ଉଦ୍ଦେଶ୍ୟ ରାଜନୈତିକ ଥିଲା। ବିଜେପି ପ୍ରାର୍ଥୀଙ୍କ ଆଡକୁ ଭୋଟରମାନଙ୍କୁ ଆକର୍ଷିତ କରିବା ଲାଗି ଏହି ବୈଠକ ଆୟୋଜନ କରାଯାଇଥିଲା ।

Show More

Related Articles

Back to top button